ମାଲକାନଗିରି,୨୩/୯ (ଆପ୍ର ) : ଭାଜପା ସରକାର ୧୦୦ଦିନ ପୂର୍ତ୍ତି ପାଇଁ ଜିଲ୍ଲାରେ ବିକାଶ ମେଳା ଆୟୋଜନ କରିଥିଲା। ଏହାକୁ ନେଇ ବିଜେପି ସରକାର ଉପରେ ଘୋର ବର୍ଷିଛି ଜିଲ୍ଲା କଂଗ୍ରେସ । ବିଭିନ୍ନ ଜିଲ୍ଲାରେ ବିଜେପିର ୧୦୦ ଦିନ ପୂରଣ ଅବସରରେ ବିକାଶ ମେଳା କାର୍ଯ୍ୟକ୍ରମ ଚାଲିଥିବା ବେଳେ କୌଣସି କାର୍ଯ୍ୟ ବିଜେପି ସରକାର ଏପର୍ଯ୍ୟନ୍ତ କରିନାହାନ୍ତି । ଖାଲି ବିଜେପି ବାହା ବାହା ନେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି। ରାଜ୍ୟର ମୋହନ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ ଅଧିକାଂଶ ବିଜେପି ବିଧାୟକ ମାନେ ଏପର୍ଯ୍ୟନ୍ତ ଠିକ ଢଙ୍ଗରେ ଓଡ଼ିଆ ଲେଖି ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ନରସିଂହ ମାଡ଼କାମୀ ଗତ କିଛିଦିନ ତଳେ ମାଲକାନଗିରି ସଦର ମହକୁମା ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଠିକ୍ ଢଙ୍ଗରେ ସୁଭଦ୍ରା ଯୋଜନା ଲେଖି ପାରୁନଥିବା ଏହା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ଅଭିଯୋଗ କରିଛନ୍ତି।
ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବିଇଡି କଲେଜ କୋଠା ଭୁତକୋଠି ପାଲଟି ଥିବା ବେଳେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟ କାରି ହୋଇପାରୁନାହିଁ । ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ଥିଲେ ବି ପୂରଣ କରାଯାଉନାହିଁ। ଜିଲ୍ଲା ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା କରି ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଦିଆଯାଉ, ବନ୍ୟାପ୍ରପୀଡ଼ିତ ଙ୍କୁ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ବରିଷ୍ଠ କଂଗ୍ରେସ ନେତା ଜି ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପଦ୍ମ ପାଙ୍ଗି, ପି କେଶୁ ରାଓ, ସରୋଜ ପାତ୍ର, ପ୍ରାଣକୃଷ୍ଣ ମଣ୍ଡଳ, ଇସାକ ଖୋସଲା, ପ୍ରଭାକର ପାଳ, ଭୀମା ବାର୍ଷେ,ଇର୍ମା ପଡିଆମୀ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ।