ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବେକରେ ଫୁଲ ମାଳ ପିନ୍ଧାଇ କହ୍ନେୟା କୁମାରଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀ କଂଗ୍ରେସ ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ମାଡ଼ । କହ୍ନେୟା ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ କାଳି ଫିଙ୍ଗିବା ସହ ମାଡ଼ ମରାଯାଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କିଛି ଦୁର୍ବୃତ୍ତ ଫୁଲମାଳ ପିନ୍ଧାଇବା ବାହାନାରେ କହ୍ନେୟାଙ୍କ ପାଖକୁ ଆସି ତାଙ୍କୁ ଚାପୁଡ଼ା ମାରିଛନ୍ତି ଓ କାଳି ଫିଙ୍ଗିଛନ୍ତି।

କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଆମ୍ ଆଦ୍‌ମୀ ପାର୍ଟି ମହିଳା କାଉନସିଲର ଛାୟା ଗୌରବ ଶର୍ମାଙ୍କ ସହିତ ମଧ୍ୟ ଦୁର୍ବ୍ୟବାହର କରିଛନ୍ତି । ଏହାକୁ ନେଇ ଛାୟା ଥାନାରେ ଅଭିଯୋଗ କରିଛନ୍ତି ।   ଛାୟା ଶର୍ମା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସାଲ୍‌କୁ ତାଙ୍କ ଦେହରୁ ଟାଣି ବାହାର କରି ଦିଆଯାଇଥିଲା । ତାଙ୍କ ସ୍ବାମୀଙ୍କୁ ଟାଣି ନେଇ ଧମକ ଦିଆଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ କିଛି ଲୋକ କାଳିମାଡ଼ର ଶିକାର ହୋଇଥିବା ବେଳେ ୩-୪ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

 ପୋଲିସର ସୂଚନା ଅନୁସାରେ, ଆପ କାର୍ଯ୍ୟାଳୟରେ କାଉନସିଲର ଛାୟା ଶର୍ମାଙ୍କ ସହ ଆଲୋଚନା କରି ଫେରିବା ବେଳେ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି । ବୈଠକ ପରେ କହ୍ନେୟାଙ୍କ ସହ ଆପ୍‌ କାର୍ଯ୍ୟାଳୟ ବାହାରକୁ ଆସିଥିଲେ ଛାୟା । ଏହି ସମୟରେ କିଛି ଲୋକ ସେଠାକୁ ଆସି କହ୍ନେୟାଙ୍କ ବେକରେ ଫୁଲ ମାଳ ପିନ୍ଧାଇ ଦେଇଥିଲେ । ଏହି ସମୟରେ ସେମାନେ କହ୍ନେୟା କୁମାରଙ୍କ ଉପରେ କାଳି ଫିଙ୍ଗିଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ଛାୟା ଶର୍ମା ହସ୍ତକ୍ଷେପ କରିବାରୁ  ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ । 

 ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସେଥିରୁ ଦୁଇ ଜଣ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। କହ୍ନେୟା କୁମାର ଦେଶ ବିଭାଜନର କଥା କୁହନ୍ତି, ସେନା ବିରୋଧରେ ମନ୍ତବ୍ୟ ଦିଅନ୍ତି। ଆଜି ଆମେ ତାଙ୍କୁ ଜବାବ ଦେଇଛୁ ବୋଲି ଜଣେ ବ୍ୟକ୍ତି କହୁଥିବା ନେଇ ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି । ଯେଉଁମାନେ ଦେଶ ବିଭାଜନର କଥା  କହୁଛନ୍ତି ସେମାନଙ୍କୁ ଆମେ ଦିଲ୍ଲୀରେ ପ୍ରବେଶ କରିବାକୁ ଦେବୁ ନାହିଁ ବୋଲି ଜଣେ ବ୍ୟକ୍ତି କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି ।

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.