ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଘୁମୁସର ଜିଲ୍ଲା ଗଠନ ଦାବିରେ ବୁଗୁଡ଼ା ଓ ବାଲିପଦରରେ ବନ୍ଦ ପାଳିତ

ଭଞ୍ଜନଗର,୮/୧୧- ଘୁମୁସର ଜିଲ୍ଲା ଗଠନ ଦାବିରେ ବୁଧବାର ଭଞ୍ଜନଗର ସବ୍ ଡିଭିଜନ ଅନ୍ତର୍ଗତ ବୁଗୁଡ଼ା ଓ ବାଲିପଦର ସଂପୂର୍ଣ୍ଣ ବନ୍ଦ ରହିଛି। ପୂର୍ବରୁ ଏଠାରେ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୮ ତାରିଖରେ ବୁଗୁଡ଼ା ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ବୁଧବାର ଏହାର ପ୍ରଭାବ ସାରା ଅଞ୍ଚଳରେ ଦେଖିବାକୁ ମିଳିଛି। 

ବୁଧବାର ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏ ୧୨ ଘଣ୍ଟିଆ ବୁଗୁଡ଼ା ବନ୍ଦ ପାଳନ ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ସକାଳୁ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ବୁଗୁଡ଼ା ଓକିଲ ସଂଘ, ସ୍ଥାନୀୟ ବଣିକ ସଂଘ, ବସ୍ ମାଲିକ ସଂଘ, ପରିବା ବ୍ୟବସାୟୀ ସଂଘ  ଠାରୁ ଆରମ୍ଭ କରି ପାଖାପାଖି ୧୫ ରୁ ଉର୍ଦ୍ଧ ବିଭିନ୍ନ ସଂଗଠନ ଏହି ବନ୍ଦ ପାଳନ ରେ ସାମିଲ ହୋଇଥିଲେ। ବନ୍ଦ ପାଳନ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ପ୍ରତିଷ୍ଠାନ, କୋର୍ଟ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସେହିପରି ବୁଗୁଡ଼ା ବ୍ଳକ ର ବାଲିପଦର ଠାରେ ମଧ୍ୟ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି। 

ଘୁମୁସର ଜିଲ୍ଲା ଗଠନ ଦାବି ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କରାଯାଉଥିବା ବେଳେ ଏବେ ଏହାକୁ ସମର୍ଥନ ଜଣାଇ ଗୋଟିଏ ପରେ ଗୋଟିଏ ବ୍ଳକ ଓ ଏନ୍ ଏ ସି ଏଥିରେ ସାମିଲ ହେଉଛନ୍ତି। ଫଳରେ ଘୁମୁସର ଜିଲ୍ଲା ଆନ୍ଦୋଳନ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ସୋମନାଥ ନାୟକଙ୍କ ନେତୃତ୍ବରେ ପ୍ରଶାନ୍ତ ବିଶୋୟୀ, ହରେକୃଷ୍ଣ ସାହୁ, ମିଡିଆ କ୍ଳବ୍ ସଭାପତି ଅନୀଲ କୁମାର ପଟ୍ଟନାୟକ, ବାଲିପଦର ଠାରେ ଘୁମୁସରର ସ୍ବର ର କାର୍ଯ୍ୟକର୍ତ୍ତା ମାନେ ଏହି ଆନ୍ଦୋଳନ ର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଛି। ଯାନ ବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀ ସେବା ବିଶେଷ ପ୍ରଭାବିତ ହୋଇଛି।

Copyright © 2022 - Summa Real Media Private Limited. All Rights Reserved.