ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ମଧୁମେହ ରୋଗୀ ଛତୁ ଖାଇବା ଭଲ ନା ଖରାପ? ଜାଣନ୍ତୁ

ଡାଇବେଟିସ୍ ରୋଗୀମାନେ ନିଜ ଖାଦ୍ୟ ପ୍ରତି କଡ଼ା ଧ୍ୟାନ ଦେବା ଜରୁରୀ। ସେମାନେ ଖାଉଥିବା ପନିପରିବା, ଫଳ ଆଦି ଖାଦ୍ୟକୁ ସାବଧାନର ସହ ବାଛିବା ଆବଶ୍ୟକ। । ସାଧାରଣତଃ ମନରେ ପ୍ରଶ୍ନ ଆସେ ମଧୁମେହ ରୋଗୀଙ୍କ ପାଇଁ ଛତୁ ଭଲ ନା ଖରାପ।  ଆଜିକାଲି ଛତୁରେ ବିଭିନ୍ନ ଆଇଟମ୍ ତିଆରି ହୋଇଛି। ହୋଟେଲଠୁ ନେଇ ରେଷ୍ଟୁରାଣ୍ଟରେ ଛତୁର ଭିନ୍ନ ଭିନ୍ନ ଟେଷ୍ଟି ଛତୁ ଆଇଟମ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକମାନେ। କିନ୍ତୁ କେତେକ ଲୋକ ଫଙ୍ଗସ୍ ହେବା କାରଣରୁ ଛତୁ ଖାଆନ୍ତି ନାହିଁ। ମାତ୍ର ସେମାନେ ଜାଣନ୍ତି ନାହିଁ ଛତୁ ଆମ ସ୍ବାସ୍ଥ୍ୟ ପ୍ରତି ହିତକାରୀ ହୋଇଥାଏ।ଛତୁ ପ୍ରକୃତରେ ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ ଏବଂ ମଧୁମେହ ରୋଗୀମାନେ ବିଶେଷତଃ ଉପକୃତ ହୋଇପାରିବେ। ପୋଷଣ ବିଶେଷଜ୍ଞଠୁ ଜାଣିବା ମଧୁମେହ ରୋଗୀମାନେ କାହିଁକି ସୋମାନଙ୍କ ଡାଏଟ ଚାର୍ଟରେ ଛତୁକୁ ସାମିଲ କରିବେ ଜାଣନ୍ତୁ।

ବ୍ଲଡ ସୁଗାର କଣ୍ଟ୍ରୋଲ କରେ:- ଛତୁ ହେଉଛି ଏକ ସୁପରଫୁଡ ଯେଉଁଥିରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଏବଂ ଗ୍ଲାଇସେମିକ, ଲୋଡ କମ୍ ଥାଏ। ଯାହା ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରେ। ଅର୍ଥାତ ଏହା ମାଧ୍ୟମରେ ଆପଣ ଗ୍ଲୁଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବେ।

କ୍ୟାଲେରୀ ବୃଦ୍ଧିକୁ ନିୟନ୍ତ୍ରଣ:- ଛତୁର ଅଳ୍ପ ପରିମାଣର ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଥାଏ। କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କମ୍ କାର୍ବ ଡାଏଟ୍ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ।

ମଧୁମେହରୁ ରକ୍ଷା:- ଛତୁରେ ପଲିସାକାରାଇଡ ରହିଥାଏ। ଯେଉଁଥିରେ ଆଣ୍ଟି-ଡାଇବେଟିସର ପ୍ରଭାବ ରହିଥାଏ। ଏହା ମଧୁମେହ ରୋଗର ପ୍ରତିରକ୍ଷା ପାଇଁ ସୁରକ୍ଷା କବଚ ସୃଷ୍ଟି କରେ। ଯାହା ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ।

ଓଜନ ହ୍ରାସ ଏବଂ ହୃଦୟକୁ ସ୍ବାସ୍ଥ୍ୟ ରଖେ:- ଯେଉଁମାନେ ନିୟମିତଭାବେ ଛତୁ ଖାଆନ୍ତି ସେମାନଙ୍କ ଓଜନକୁ କଣ୍ଟ୍ରୋଲ କରିବା ସହଜ ହୋଇଥାଏ। ମୋଟାପଣକୁ ମଧୁମେହ ରୋଗର ପ୍ରଥମ ପାହାଚ କୁହାଯାଏ। ଏହା ବ୍ୟତୀତ, ଅଧିକ ଓଜନ ବଢ଼ିବା ଦ୍ବାରା ହୃତରୋଗ ହେବାର ଆଶଙ୍କା ବଢ଼ିଯାଏ। ଛତୁ ଖାଇବା ଦ୍ବାରା କୋଲେଷ୍ଟ୍ରଲ ହ୍ରାସ କରି ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ। ଯଦି ଆପଣ ଏହାକୁ ସଠିକ ଉପାୟରେ ରୋଷେଇ କରନ୍ତି ତେବେ ଏହାର ଫାଇଦା ପାଇପାରିବେ। ଆପଣ ଛତୁକୁ ସାଲାଡ କରି ଖାଆନ୍ତୁ। ଏହାସହ ଏହାକୁ କମ୍ ତେଲ ଏବଂ କମ୍ ଆଞ୍ଚରେ ତିଆରି କରନ୍ତୁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.