ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଡାଏଲିସିସ୍ ସେବା ଆରମ୍ଭ

ବ୍ରହ୍ମପୁର,୨୦/୪ : ଦକ୍ଷିଣ ଓଡ଼ିଶାରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ପ୍ରତିଷ୍ଠିତ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌) ଠାରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ଚିକିତ୍ସା । ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୦ଜଣଙ୍କୁ ଏଠାରେ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା  ହୋଇଛି । ଆଗାମୀ ଦିନରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଏହି ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । 

ନେଫ୍ରୋଲୋଜି ବିଭାଗର ଡାକ୍ତର  ବିଶ୍ୱରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଡାଏଲିସିସ୍ ସେବା ଆରମ୍ଭ କରାଯାଇଛି । ହସ୍ପିଟାଲକୁ ଡାଏଲିସିସ୍ ପାଇଁ ଆସୁଥିବା ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ଅତ୍ୟାଧୁନିକ ହେମୋ ଡାଏଲିସିସ୍ ସୁବିଧା ସହିତ ଏହି ସେବା ଆରମ୍ଭ କରାଯାଇଛି ଯାହା ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ । 

ଏହି ପଦ୍ଧତିରେ ଅଲଟ୍ରା ପିୟୋର୍ ୱାଟର୍ ବ୍ୟବହାର କରାଯାଉଛି । ଏଥିପାଇଁ ହସ୍ପିଟାଲ ପରିସରରେ ଅଲଟ୍ରା ପିୟୋର୍ ୱାଟର୍ ପ୍ଲାଂଟ୍ ସ୍ଥାପନ କରାଯାଇଛି । ହସ୍ପିଟାଲ୍ ଦ୍ୱାରା ହେଉଥିବା ଡାଏଲିସିସ୍‌ରେ ଅଲଟ୍ରା ପିୟୋର୍ ୱାଟର୍‌କୁ ବ୍ୟବହାର କରାଯିବା ଯୋଗୁଁ ଏହି ଚିକିତ୍ସା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି । 

ଆଗାମୀ ଦିନରେ ଦୈନିକ ୪୦ରୁ ୫୦ ଜଣ ରୋଗୀଙ୍କୁ ଡାଏଲିସିସ୍ ସେବା ପ୍ରଦାନ କରାଯିବାର  ଯୋଜନା ରହିଛି ବୋଲି ଡାକ୍ତର ମହାନ୍ତି କହିଛନ୍ତି । ପ୍ରତ୍ୟେକ ଗୁରୁବାର ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗରୁ ବରିଷ୍ଠ ଡାକ୍ତରମାନେ ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେ । ଫଳରେ ହସ୍ପିଟାଲରେ ରୋଗୀମାନେ ଅଧିକ ସଂଖ୍ୟାରେ ଉତମ କିଡ଼ନୀ ଚିକିତ୍ସା ଓ ସେବା ପାଇପାରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.