ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କୋଲାକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ରାଷ୍ଟ୍ରପତି କହିଲେ,ବାସ୍ ଏବେ ବହୁତ ହୋଇଗଲା...

ନୂଆଦିଲ୍ଲୀ,୨୮।୮: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ମଧ୍ୟ ପ୍ରତିକ୍ରିୟା ସାମନାକୁ ବସିଛି। ସେ ବୁଧବାର କହିଛନ୍ତି, କୌଣସି ସଭ୍ୟ ସମାଜରେ ଭଉଣୀ ଓ ଝିଅଙ୍କ ସହ ଏହି ବର୍ବରତା ହେବାକୁ ଦେଇ ପାରିବୁନି। ସେ କହିଛନ୍ତି, କୋଲକାତାରେ ଛାତ୍ର, ଡାକ୍ତର ଓ ନାଗରିକ ପ୍ରଦର୍ଶନ କରୁଛନ୍ତି। ସେ ମହିଳାଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ହିଂସା ଘଟଣା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ସବୁ ଜିନିଷର ଏକ ସୀମା ଥାଏ। ସେ କହିଛନ୍ତି, ନିର୍ଭୟା ଗଣଦୁଷ୍କର୍ମର ଘଟଣାକୁ ୧୨ ବର୍ଷ ହୋଇସାରିଛି। ସମାଜ ଅଗଣିତ ଦୁଷ୍କର୍ମ ଘଟଣାକୁ ମଧ୍ୟ ଭୁଲି ଯାଇଛି। ଏକ  ସମାଜ ଭାବରେ ଆମର ଏକ ସାମୁହିକ ବିସ୍ମୃତି ଚିନ୍ତାର କଥା।’

ସେ କହିଛନ୍ତି, ଆମ ସମସ୍ତଙ୍କୁ ମିଶି ମହିଳାଙ୍କ ବିରୋଧରେ ହିଂସା ମାମଲାର ମୁକାବିଲା କରିବାକୁ ହେବ। ସେ କହିଛନ୍ତି, ଏହା ଜରୁରୀ ଯେ, ଆମେ ଆତ୍ମଚିନ୍ତନ କରିବୁ ଓ ବିନା କୌଣସି ପକ୍ଷପାତରେ ଏହା ଉପରେ କଥା ହେବା ଉଚିତ। କିଛି କଠିନ ପ୍ରଶ୍ନର ଜବାବ୍ ଖୋଜିବାକୁ ହେବ। ରାଷ୍ଟ୍ରପତି କହିଛନ୍ତି, ସବୁବେଳେ ବିକୃତ ମାନସିକତା ଥିବା ଲୋକ  ମହିଳାଙ୍କୁ ଦୁର୍ବଳ ମଣିଷ, କମ୍ ଶକ୍ତିଶାଳୀ, କମ୍ ସକ୍ଷମ, କମ୍ ବୁଦ୍ଧିମାନ ରୂପରେ ଦେଖିଥାନ୍ତି। ସେ କହିଛନ୍ତି, ସ୍ଥିତି ଏଭଳି ହୋଇଯାଇଛି ଯେ ଯେତେବେଳେ ଡାକ୍ତର, ଛାତ୍ର ଓ ନାଗରିକ ପ୍ରଦର୍ଶନ କରୁଛନ୍ତି, ସେତେବେଳେ ମଧ୍ୟ ଅପରାଧି କୌଣସି ଅନ୍ୟ ଘଟଣା ଘଟାଇବା ପାଇଁ ଚେଷ୍ଟା କରୁଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ମହିଳାଙ୍କ ବିରୋଧରେ ଅପରାଧ ମାମଲାକୁ ଗମ୍ଭୀରତାର ସହ ନେବା ଦରକାର। ଏଭଳି ଘଟଣାକୁ ଭୁଳିବା ଠିକ୍ ନୁହେଁ। ମୁର୍ମୁ କହିଛନ୍ତି, ନିର୍ଭୟା ମାମଲା ପରେ ୧୨ ବର୍ଷ ଭିତରେ ଅଗଣିତ ଦୁଷ୍କର୍ମ ମାମଲା ଦେଖିବାକୁ ମିଳିଛି। ସାମୁହିକ ରୂପରେ ଭୁଲିବାର  ରୋଗ ଠିକ୍ ନୁହେଁ। ସେ କହିଛନ୍ତି, ଇତିହାସର ସାମନା କରିବାକୁ ଡରୁଥିବା ସମାଜ ସାମୁହିକ  ସୃତିଲୋପର ସାହାରା ନେଇଥାଏ। ଏବେ ଭାରତ ପାଇଁ ଇତିହାସର ସାମନା କରିବାର ସମୟ ଆସିଯାଇଛି। ଉଲ୍ଲେଖନୀୟ ଯେ, ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା ବିରୋଧରେ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିଳୁଛି। କୋଲକାତାରେ ମଙ୍ଗଳବାର ବଡ଼ ଧରଣର ପ୍ରଦର୍ଶନ ହୋଇଥିଲା। ଏହାଛଡା ବିଜେପି ଆଜି ୧୨ ଘଣ୍ଟିଆ  ପଶ୍ଚିମବଙ୍ଗ ବନ୍ଦ ଡାକରା ଆୟୋଜନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.