ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜି. ଉଦୟଗିରି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଫସଲ ନଷ୍ଟ ଭୟରେ ଆଗୁଆ ଧାନ କାଟିଲେ ଚାଷୀ

ଜି.ଉଦୟଗିରି, ୧୭/୫ : ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁ୍ମିଙ୍ଗିଆ ଗ୍ରାମରେ ଗୁରୁବାର ମଧ୍ୟରାତ୍ରୀରେ ୧୮ ଟିକିଆ ହାତୀପଲ ପଶିଆସିଛନ୍ତି। ଏହି ପଲରେ ୧୮ଟି ହାତୀ ଅଛନ୍ତି। ଏମାନେ ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡରୁ ଆସିଥିବା ଅନୁମାନ କରାଯାଉଛି। ସବୁ ବର୍ଷ ଭଳି ହାତୀପଲ ଖାଦ୍ୟ ସନ୍ଧାନରେ ଆସିଥିବା କୁହାଯାଉଛି। ତେଣୁ କୁରୁ୍ମିଙ୍ଗିଆ ଗ୍ରାମବାସୀ ଆଗୁଆ ଧାନ ଫସଲ କାଟି ଘରକୁ ଆଣୁଛନ୍ତି। 

ଗ୍ରାମବାସୀଙ୍କ କହିବାନୁଯାୟୀ, ଗୁରୁବାର ମଧ୍ୟରାତ୍ରୀରେ ଏହି ହାତୀପଲ ଆମ୍ବ, ପଣସ ସମେତ ଧାନ ଫସଲ ନଷ୍ଟ କରିଛନ୍ତି। ଏବେ ସେମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ହାତୀଙ୍କ ମାଳ ପଡିଥିବା ଦେଖିବାକୁ ମିଳିଛି। ହାତୀପଲ ଗାଁ ମଧ୍ୟରେ ଥିବା ଆମ୍ବ, ପଣସ, କଦଳୀ ମଧ୍ୟ ଖାଇଥିବା ଲୋକେ କହିଛନ୍ତି। ସକାଳୁ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କ ଗତିଵିଧି ଉପରେ ନଜର ରଖିବା ସହ ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.