ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପରିବେଶ ପ୍ରତି ଧ୍ୟାନ ନାହିଁ ! ଇକୋ ଫ୍ରେଣ୍ଡଲି ବଦଳରେ ସମସ୍ତେ ପସନ୍ଦ କରୁଛନ୍ତି ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି

ମୁମ୍ବାଇ ୧୨/୯: ମହାରାଷ୍ଟ୍ରର ସବୁଠାରୁ ବଡ ଗଣପର୍ବ ଗଣେଷ ପୂଜା ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭଗବାନଙ୍କ ମୂର୍ତ୍ତିର ବିକ୍ରି ଜାରି ରହିଛି । ଅଧିକାଂଶ ଲୋକେ ପିଓପି(ପ୍ଲାଷ୍ଟର ଅଫ୍ ପ୍ୟାରିସ୍)ରେ ପ୍ରସ୍ତୁତ ମୂର୍ତ୍ତି ଆଡେ ଆଗଭର ହେଉଛନ୍ତି । କ୍ଷତି ଯୋଗୁଁ ଅନେକ ମୂର୍ତ୍ତିକାର ଇକୋ ଫ୍ରେଣ୍ଡଲି ଭଗବାନ ପ୍ରସ୍ତୁତ କରିବା ବନ୍ଦ କରିସାରିଛନ୍ତି । ହାତରେ ନିର୍ମିତ ଇକୋ ଫ୍ରେଣ୍ଡଲି ମୂର୍ତ୍ତି ମାଟି-କ୍ଲେରୁ ନିର୍ମିତ ହୋଇଥାଏ । ଏଥିଯୋଗୁଁ ଏହା ମହଙ୍ଗା ହୋଇଥାଏ । ଏହା ଅତି ସୁକ୍ଷ୍ମ ମଧ୍ୟ ହୋଇଥାଏ ଏବଂ ପରିବେଶ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ମଧ୍ୟ । ମାତ୍ର କିଛି ମିନିଟରେ ପାଣିରେ ମିଶିଯାଏ । 

ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ମୂର୍ତ୍ତି ଶସ୍ତା ଏବଂ ଲଙ୍ଗ୍ ଲାଷ୍ଟିଂ ହୋଇଥାଏ କିନ୍ତୁ ପରିବେଶ ପାଇଁ ବିପଦ ହୋଇଥାଏ । ମୁମ୍ବାଇର ଜଣେ କଳାକାରଙ୍କ କହିବାନୁସାରେ ସେ ୨୬ ବର୍ଷ ହେଲାଣି ମୂର୍ତ୍ତି ପ୍ରସ୍ତୁତ କରିଆସୁଛନ୍ତି । ବ୍ରହ୍ମମୁମ୍ବାଇ ଗଣେଷ ମୂର୍ତ୍ତିକାର ସଂଘ ସହିତ ମଧ୍ୟ ଯୋଡି ହୋଇଛନ୍ତି । ସେ କୁହନ୍ତି କି ଇକୋ ଫ୍ରେଣ୍ଡଲି ମୂର୍ତ୍ତି କିଣିବା ପାଇଁ ଆସୁଥିବା ଗ୍ରାହକ ଦାମ୍ ଶୁଣି ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଆଡେ ମୁହାଁଉଛନ୍ତି । ଇକୋ ଫ୍ରେଣ୍ଡଲି ମୂର୍ତ୍ତି କିଣିବା ପାଇଁ ଆସୁଛନ୍ତି କିନ୍ତୁ ଦାମ୍ ଶୁଣି ପଚାରୁଛନ୍ତି କି ମାଟିରେ ତିଆରି ହୋଇଛି, ତଥାପି ଏତେ ମହଙ୍ଗା କାହିଁକି ? ତେବେ ଦୋକାନୀଙ୍କ କହିବାନୁସାରେ ଉଭୟ ମୂର୍ତ୍ତିରେ ପ୍ରାୟ ୪୦ ପ୍ରତିଶତ ଫରକ । 

ମୂର୍ତ୍ତିକାର ୟୁସୁଫ୍ ଗଲୱାନୀ ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରିବା ଚଳିତ ବର୍ଷରୁ ବନ୍ଦ କରିସାରିଛନ୍ତି । ଏବେ ମାଟିର ଦୀପ ପ୍ରସ୍ତୁତ କରୁଛନ୍ତି । କୁହନ୍ତି କି ଇକୋ ଫ୍ରେଣ୍ଡଲି ମୂର୍ତ୍ତି କେହି କିଣୁନାହାଁନ୍ତି । ଗତ ବର୍ଷ ୧୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ଲୋକମାନେ ଶସ୍ତା, ସୁନ୍ଦର, ମଜଭୁତ ଗଣେଷ ଭଗବାନଙ୍କ ମୂର୍ତ୍ତି କିଣୁଛନ୍ତି । ସରକାର ପିଓପିର ଅନୁମତି ଦେଉଛନ୍ତି ତେଣୁ ଲୋକମାନେ ତାକୁ କିଣୁଛନ୍ତି । ମହାରାଷ୍ଟ୍ରର ଏହି ସବୁଠାରୁ ବଡ ପର୍ବକୁ ନେଇ ସମସ୍ତେ ଉତ୍ସାହିତ । ମୂର୍ତ୍ତିକାର, କାରିଗର, ବିକ୍ରେତାଙ୍କ ଦାବି ଏହା ଥିଲା କି ସରକାର କେବଳ ପରିବେଶ କଥା ଉଠାଇ ଦାୟିତ୍ୱ ଗ୍ରାହକଙ୍କ ଉପରେ ନଦିଅନ୍ତୁ କାରଣ ଯେଉଁଠି ୩୫-୪୦ ପ୍ରତିଶତ ପର୍ଯ୍ୟନ୍ତ ଦାମରେ ଫରକ ରହୁଛି ଅଧିକାଂଶ ଲୋକେ ଶସ୍ତା ମୂର୍ତ୍ତି ଆଡେ ମୁହାଁଉଛନ୍ତି । ଏଭଳି କ୍ଷେତ୍ରରେ ଇକୋ ଫ୍ରେଣ୍ଡଲି ପ୍ରତିମୂର୍ତ୍ତିକୁ ନେଇ କଡା ନିୟମ କରିବା ଉଚିତ୍ କାରଣ କେବଳ ସଚେତନତା ବାର୍ତ୍ତାରେ କାମ ଚଳିବନି ।

Copyright © 2022 - Summa Real Media Private Limited. All Rights Reserved.