ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଆଇବି ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ବନ୍ଦ କର, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨/୦୩ : ସୁପ୍ରିମକୋର୍ଟ ଗୁରୁବାର ପ୍ରେସ୍‌ ଇନ୍‌ଫର୍ମେସନ ବ୍ୟୁରୋ (ପିଆଇବି) ଅନ୍ତର୍ଗତ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ (ଏଫ୍‌ସିୟୁ) ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଫ୍‌ସିୟୁ ଗଠନ ବାବଦରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଉପରେ ରହିତାଦେଶ ଲାଗୁ କରାଯାଇଛି । କେନ୍ଦ୍ର ସରକାର ବୁଧବାର ଆଇଟି ନିୟମ ଅନୁସାରେ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ବାବଦରେ ବିଜ୍ଞପ୍ତି ଜାରି କରିଥିଲେ । ଏହି ୟୁନିଟ୍‌ ବାକ୍‌ ସ୍ୱାଧୀନତାର ପରିପନ୍ଥୀ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଏଫ୍‌ସିୟୁ ସରକାରଙ୍କ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ସେୟାର ହେଉଥିବା ଭ୍ରମାତ୍ମକ ସୂଚନା ଓ ପୋଷ୍ଟଗୁଡ଼ିକୁ ଚିହ୍ନଟ କରିବା ସହ ତାହା ଉପରେ ରୋକ୍‌ ଲଗାଇଥାଏ । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ ବି ପାରଦୀୱାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ରୋକ୍‌ ଲଗାଇବା ସହିତ ଏ ନେଇ ବମ୍ବେ ହାଇକୋର୍ଟଙ୍କ ମାର୍ଚ୍ଚ ୧୧ର ଆଦେଶକୁ ମଧ୍ୟ ରଦ୍ଦ କରିଦେଇଛନ୍ତି । 

ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଗଠନ ଉପରେ ରୋକ୍‌ ଲଗାଇବା ସଂକ୍ରାନ୍ତରେ ହୋଇଥିବା ଏକ ପିଟିସନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ । ଆଜି ସୁପ୍ରିମକୋର୍ଟ ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ଓ ଏଡିଟର୍ସ ଗିଲ୍‌ଡ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଥିଲେ ଯେ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ରହିବା ଆବଶ୍ୟକ, ଯେବେ କି କେନ୍ଦ୍ର ସରକାର ଏହାକୁ କେବଳ ନିଜ ପାଇଁ ଆଣିଛନ୍ତି । ଏହା ଏକ ମନମୁଖି କାର୍ଯ୍ୟ । ଠିକ୍‌ କ’ଣ ଓ ଭୁଲ କ’ଣ, ତାହା ସ୍ଥିର କରିବା ପାଇଁ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରିପାରିବ ନାହିଁ । ସାଧାରଣ ନିର୍ବାଚନ ଆସୁଥିବା ପରିପ୍ରେକ୍ଷୀରେ ଏହି ୟୁନିଟ୍‌ କେନ୍ଦ୍ର ସରକାରଙ୍କ ଲାଗି ଏକ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ଏହାଦ୍ୱାରା ମତଦାତାଙ୍କୁ କେଉଁ କେଉଁ ସୂଚନା ଦିଆଯିବ, ତାହା ସେମାନେ (ସରକାରୀ କଳ) ହିଁ ଧାର୍ଯ୍ୟ କରିବାକୁ ଅଧିକାର ପାଇବେ ।

ପିଆଇବି ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ କଣ ?

ପିଆଇବି ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଜରିଆରେ ସରକାରଙ୍କ ସହ ଜଡ଼ିତ ବିଭିନ୍ନ ଭ୍ରମାତ୍ମକ ଖବରର ଖଣ୍ଡନ କରିଥାଏ । ଅର୍ଥାତ୍‌ ଯଦି ସମ୍ବାଦପତ୍ର, ଅନ୍‌ଲାଇନ୍‌ ମିଡିଆ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ପ୍ରକାଶିତ ଖବରରେ ସରକାରଙ୍କ କାର୍ଯ୍ୟକୁ ନେଇ ଭୁଲ ତଥ୍ୟ ଥାଏ ଏବଂ ସରକାର କିମ୍ବା ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା କଥା କୁହାଯାଇଥାଏ, ତେବେ ସେଗୁଡ଼ିକୁ ତଥ୍ୟ ଦ୍ୱାରା ବିଶ୍ଳେଷଣ କରାଯାଇ ଫ୍ୟାକ୍ଟ ଚେକ୍‌ (ପ୍ରକୃତ ଘଟଣା ଜାଣିବା) କରାଯାଇଥାଏ । ସୋସିଆଲ୍‌ ମିଡିଆ ଏକ୍ସ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟେଲିଗ୍ରାମ ଏବଂ ‘କୁ’ରେ ‘ଆଟ୍‌ଦିରେଟ୍‌ପିଆଇବିଫ୍ୟାକ୍ଟଚେକ୍‌’ ନାମରେ ଆକାଉଣ୍ଟ ରହିଛି । ଏଠାରେ ଖବରଗୁଡ଼ିକୁ ଫ୍ୟାକ୍ଟ ଚେକ୍‌ କରାଯାଇ ପ୍ରକାଶ କରାଯାଇଥାଏ । ଏହାଛଡ଼ା ପିଆଇବିରେ ବି ଏ ନେଇ ସୂଚନା ଦିଆଯାଏ । ପିଆଇବି ୱେବସାଇଟ୍‌ ଅନୁସାରେ ଏହି ୟୁନିଟ୍‌କୁ ୨୦୧୯ ନଭେମ୍ବରରେ ଆରମ୍ଭ କରାଯାଇଥିଲା । ଅନ୍ୟପକ୍ଷରେ ଆବେଦନକାରୀ ଏହାକୁ ଅସାମ୍ବିଧାନିକ ଦର୍ଶାଇବା ସହ ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ । ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ ନିଜ ଯୁକ୍ତିରେ କହିଛି ଯେ ଫେକ୍‌ ନ୍ୟୁଜ୍‌ (ଭ୍ରମାତ୍ମକ ଖବର) ଚିହ୍ନଟ କରିବାର କ୍ଷମତା କେବଳ ସରକାରଙ୍କ ହାତରେ ରହିବା ଦ୍ୱାରା ପ୍ରେସ୍‌ ସ୍ୱାଧୀନତା ପ୍ରଭାବିତ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.