ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଫୋମ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୨ ମହିଳା କର୍ମଚାରୀ ଜୀବନ୍ତ ଦଗ୍ଧ

Image Courtesy: livehindustan

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ଅଘଟଣ । ଫୋମ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଦୁଇ ମହିଳା ଜୀବନ୍ତ ଦଗ୍ଧ ଏବଂ ୪ ଶ୍ରମିକ ଗରୁତର ହୋଇଥିବା ଜଣାପଡ଼ିଛି ।ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ରାଜଧାନୀ ରାୟପୁର ସ୍ଥିତ ଫୋମ୍ ଫ୍ୟାକ୍ଟ୍ରିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଦମକର ବାହିନୀ । 

 ସେହଭଳି ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।ରାଜ୍ୟର ରାଜଧାନୀ ରାୟପୁରର ଖମତରାଈ ଥାନା ଅନ୍ତର୍ଗତ ଗୁରୁନାନକ ମ୍ୟାଟ୍ରେସ୍ ସ୍ଲିପ୍ କମ୍ପାନିରେ ଫୋମ୍ କାମ ଚାଲିଥିଲା । ଆଉ ଏହି ସମୟରେ ହିଁ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ହୁହୁ ହୋଇ ବ୍ୟାପି ଯାଇଥିଲା । 

 ଫ୍ୟାକ୍ଟ୍ରିରେ ଥିବା ୭ କର୍ମଚାରୀ ନିଆଁର ଆଁ ଭିତରେ ଫସିଯାଇଥିଲେ । ତେବେ ଫ୍ୟାକ୍ଟ୍ରିରେ କାମ କରୁଥିବା ଅନ୍ୟ କର୍ମଚାରୀ କୌଣସି ମତେ ୫ ଜଣକୁ ଉଦ୍ଧାର କରଥିଲେ ମଧ୍ୟ ଦୁଇ ଜଣ ମହିଳା କର୍ମଚାରୀ ଜୀବନ୍ତ ଜଳିଯାଇଥିଲେ । ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ କେଉଁ ପରିସ୍ଥିତିରେ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି ତାହା ବର୍ତ୍ତମାନ ଜଣାପଡ଼ିନାହିଁ । ଘଟଣାରେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.