ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଆଇସ୍‌ଲ୍ୟାଣ୍ଡରେ ଅଗ୍ନି ବିସ୍ଫୋରଣ, ଭୂପୃଷ୍ଠରେ ୩ କିମି ଫାଟ

ନୂଆଦିଲ୍ଲୀ ୧୯/୦୩: ଦକ୍ଷିଣ ଆଇସ୍‌ଲ୍ୟାଣ୍ଡର ରିକ୍‌ଜେନ୍ସ ଉପଦ୍ୱୀପରେ ପୁଣି ଏକ ଶକ୍ତିଶାଳୀ ଅଗ୍ନି ଉଦ୍‌ଗିରଣ । ଗତ ଡିସେମ୍ବର ମାସରୁ ଏଠାରେ ଏହା ଚତୁର୍ଥ ଘଟଣା । ଗତ ଶନିବାର ଏଠାରେ ଶକ୍ତିଶାଳୀ ଓ ଦ୍ରୁତ ଲାଭା ପ୍ରବାହ ଆରମ୍ଭ ହୋଇଥିଲା । ତେବେ ରବିବାର ସକାଳୁ ପ୍ରବାହ ଧୀମା ଓ ସ୍ଥିର ହେବାକୁ ଲାଗିଛି । ଅଗ୍ନି ଉଦ୍‌ଗିରଣର ଲାଭା ସ୍ଥାନୀୟ ଗ୍ରିନ୍‌ଡାଭିକ୍‌ ସହର ପର୍ଯ୍ୟନ୍ତ ଆପାତତଃ ପହଞ୍ଚି ସାରିଥିଲା । ସେଠାରେ ଆପାତକାଳ ଘୋଷଣା ହେବା ସହିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଅଞ୍ଚଳର ମୁଖ୍ୟ ପାଣି ପାଇପ୍‌ଠୁ ମାତ୍ର ୨୦୦ ମିଟର ଦୂରରେ ଥିଲା ଲାଭା । ବିତରଣ ପାଇପ୍‌ ସ୍ଥାନୀୟ ଏକ ଜିଓଥର୍ମାଲ ପ୍ଲାଣ୍ଟ୍‌ର ଅତି ନିକଟରେ ରହିଛି । ରିକ୍‌ଜେନ୍ସ ଉପଦ୍ୱୀପର ଅଧିକାଂଶ ସ୍ଥାନକୁ ଏହି ପ୍ଲାଣ୍ଟ୍‌ ଗରମ ପାଣି ଯୋଗାଇଥାଏ ।

ନରୱେ ପାଣିପାଗ ଏଜେନ୍ସିର ମୁଖ୍ୟ ବିଭାଗ ଅନୁସାରେ, ଲାଭା ଦକ୍ଷିଣାଞ୍ଚଳକୁ ପ୍ରବାହିତ ହେଉଥିବାରୁ ଯଦି ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ, ତେବେ ଭୟଙ୍କର ପରିଣାମ ହୋଇପାରେ । ଆଲ୍‌କାଲାଇନ୍‌ଯୁକ୍ତ ଲାଭା ଯଦି ସମୁଦ୍ର ଜଳ ସଂସ୍ପର୍ଶରେ ଆସେ, କ୍ଲୋରାଇନ୍‌ ଧୂଆଁ ଉତ୍ପନ୍ନ ହୋଇପାରେ । ଛୋଟ ବିସ୍ଫୋରଣର ଆଶଙ୍କା ମଧ୍ୟ ରହିଛି । ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଭୂପୃଷ୍ଠରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି । ଦ୍ରୁତ ଓ ଶକ୍ତିଶାଳୀ ଉଦ୍‌ଗିରଣ ଫଳରେ ଲାଭା ନଦୀ ସୃଷ୍ଟି ହୋଇଛି । ଭିତ୍ତିଭୂମି ଉପରେ ଏହାର ପ୍ରଭାବ ସବୁଠୁ ବଡ଼ ଚିନ୍ତାର ବିଷୟ ବୋଲି ଆଇସ୍‌ଲ୍ୟାଣ୍ଡର ସିଭିଲ ଡିଫେନ୍ସ ନିର୍ଦ୍ଦେଶକ କହିଛନ୍ତି । ଏହାର ପ୍ରଭାବ ଏତେ ଭୟଙ୍କର ଯେ ଆଖପାଖ ସମସ୍ତ କ୍ଷେତ୍ର ଧୂଆଁର ବାଦଲରେ ସମ୍ପୂର୍ଣ୍ଣ ଆବୃତ୍ତ ହୋଇଛି । ତରଳ ମାଗ୍‌ମାର ଲେଲିହାନ୍‌ ଶିଖା ସମଗ୍ର ଅଞ୍ଚଳକୁ ନାରଙ୍ଗୀ ରଙ୍ଗରେ ରୂପାନ୍ତରିତ କରିଛି । ଗତ ଡିସେମ୍ବର ୮ ତାଖରେ ଏହି ସ୍ଥାନରୁ ଅଗ୍ନି ଉଦ୍‌ଗିରଣ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.