ଉତ୍ତରକାଶି,୨୧/୧୧: ଉତ୍ତରପ୍ରଦେଶର ସିଲ୍କ୍ୟାରା-ବାରକୋଟ୍ ମଧ୍ୟରେ ନିର୍ମିତ ଟନେଲରେ ଘଟିଥିବା ଦୁର୍ଘଟଣାକୁ ବିତିଲାଣି ୧୦ ଦିନ। ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ବିଳମ୍ବିତ ରାତିରେ ଏକ ଛଅ ଇଞ୍ଚ୍ ପାଇପ୍ ମାଧ୍ୟମରେ ସେମାନଙ୍କ ପାଖକୁ ଖେଚୁଡ଼ି ବିତରଣ କରିବାରେ ସଫଳତା ହାସଲ କରାଯାଇଥିଲା ଏବଂ ୱାକି-ଟକି ମାଧ୍ୟମରେ ଯୋଗାଯୋଗ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି। ଭିତରର ଫୁଟେଜ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ଏହାରି ଭିତରେ ଭର୍ଟିକାଲ୍ ଡ୍ରିଲିଂ ପାଇଁ ମେସିନ୍ ମଧ୍ୟ ପହଞ୍ଚିଛି। ଏହି ଉଦ୍ଧାର କାର୍ଯ୍ୟ ସହିତ ଜଡ଼ିତ ତମାମ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା...
ପଢ଼ନ୍ତୁ: ଉତ୍ତରକାଶର ଟନେଲ ଟ୍ରାଜେଡି: ଆରଏସ୍ପିରୁ ଗଲା ସ୍ବତନ୍ତ୍ର ପାଇପ୍, ଏୟାର ଲିଫ୍ଟ୍ କଲା ବାୟୁସେନା
ଟନେଲରେ କ୍ୟାମେରା ପଠାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡର ସିଲ୍କ୍ୟାରା ଠାରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଚିତ୍ର ଗ୍ରହଣ କରାଯାଇଛି। ସମସ୍ତ ଶ୍ରମିକ ଭାଇମାନେ ସମ୍ପୂର୍ଣ୍ଣ ସୁରକ୍ଷିତ, ଆମେ ଶୀଘ୍ର ସେମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିବା ପାଇଁ ଆମର ସମସ୍ତ ଶକ୍ତି ପ୍ରୟୋଗ କରୁଛୁ।
ସୋମବାର ଦିନ ଶ୍ରମିକମାନଙ୍କ ଅବସ୍ଥା ଦେଖିବାକୁ ଡ୍ରୋନ୍ ବ୍ୟବହାର କରାଯାଇଥିଲା, କିନ୍ତୁ ଭିତରର ଧୂଳି ଯୋଗୁଁ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ବର୍ତ୍ତମାନ ଦିଲ୍ଲୀରୁ ଏଣ୍ଡୋସ୍କୋପିକ୍ କ୍ୟାମେରା ଅର୍ଡର କରାଯାଇଥିଲା ଯାହା ମଙ୍ଗଳବାର ସକାଳେ ପାଇପ୍ ମାଧ୍ୟମରେ ଭିତରକୁ ପଠାଯାଇଥିଲା। ଏହାରି ଭିତରେ ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକ କ୍ୟାମେରାରେ ନଜର ଆସିଥିଲ। ସମସ୍ତେ ସୁରକ୍ଷିତ ଅଛନ୍ତି।
ପଢ଼ନ୍ତୁ: ଲୋକସଭାରେ ବଢ଼ିବ ୭୮ ଆସନ, ସମାନୁପାତିକ ବ୍ୟବସ୍ଥା ଉପରେ ଚାଲିଛି ବିଚାର ବିମର୍ଶ
ଉତ୍ତରାକାଶି ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯାଉଛି। ରାତିରେ ଖିଚୁଡ଼ି ପରେ ଜଳଖିଆ ପ୍ରସ୍ତୁତ କରି ପଠାଯାଇଥିଲା। ଏହା ବ୍ୟତୀତ ୱାକି ଟକି ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଏନ୍ଏଚ୍ଆଇଡିସିଏଲ୍ ଟନେଲ ଭିତରେ ଥିବା ଶ୍ରମିକମାନଙ୍କ ପାଇଁ ଏକ ଏସ୍କେପ୍ ଟନେଲ୍ ନିର୍ମାଣ କରୁଛି, ଯାହାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ଟନେଲ ଭିତରେ ଥିବା ମାଟି ଅନେକ ସ୍ଥାନରେ ଓଦା ଓ କିଛି ସ୍ଥାନରେ ପାଣିଥିବା ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଭୂସ୍ଖଳନ ହେବାର ଆଶଙ୍କା ବି ରହିଛି। ତେବେ ସିସିଟିଭି ଫୁଟେଜ୍ ପରେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଅଧିକାରୀ କହିଛନ୍ତିି।
You can also read: ଅଯୋଧ୍ୟା ରାମ ମନ୍ଦିର ପୂଜାରୀ ହେବାକୁ ୩ ହଜାରରୁ ଅଧିକ ଆବେଦନ, ସାକ୍ଷାତକାର ପରେ ୨୦ ଜଣ ପ୍ରାର୍ଥୀଙ୍କୁ କରାଯିବ ମନୋନୀତ