ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଦୂତାବାସରୁ ଫ୍ରାନ୍ସର ରାଷ୍ଟ୍ରଦୂତ ତଥା କୁଟନୀତିଜ୍ଞଙ୍କୁ ବନ୍ଧକ ରଖିଛି ନାଇଜର ସେନା, ସୂଚନା ଦେଲେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ୍...

ନୂଆଦିଲ୍ଲୀ: ନାଇଜରରେ ଫ୍ରାନ୍‌ସ ଦୂତାବାସରୁ ଫ୍ରାନ୍‌ସର ରାଷ୍ଟ୍ରଦୂତ ତଥା କୁଟନୀତିଜ୍ଞଙ୍କୁ ବନ୍ଧକ ରଖିଛି ନାଇଜର ସେନା । ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ୍ ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଫ୍ରାନ୍ସ ଦୂତାବାସରେ ଫ୍ରାନ୍ସର ରାଷ୍ଟ୍ରଦୂତ ସିଲଭେନ ଇଟ୍ଟଙ୍କ ସମେତ ଅନ୍ୟ ଫ୍ରାନ୍ସର କୂଟନୀତିଜ୍ଞଙ୍କୁ ବନ୍ଧକ କରାଯାଇଛି। ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଯେ, ନାଇଜରରେ ଆମର ରାଷ୍ଟ୍ରଦୂତ ଏବଂ କୂଟନୀତିଜ୍ଞ ମାନେ ଅଛନ୍ତି । ତାଙ୍କୁ ଫ୍ରାନ୍ସ ଦୂତାବାସରେ ବନ୍ଧକ ରଖାଯାଇଛି । ରାଷ୍ଟ୍ରଦୂତଙ୍କ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଯିବାକୁ ମଧ୍ୟ ବାରଣ କରାଯାଇଛି । ଆମର ରାଷ୍ଟ୍ରଦୂତ ମାନେ ସାମରିକ ଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ଖାଦ୍ୟ ଖାଉଛନ୍ତି । 

ଫ୍ରାନ୍ସର ରାଷ୍ଟ୍ରଦୂତଙ୍କ ସମେତ ଅନ୍ୟ କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ପ୍ରଶ୍ନରେ ମାକ୍ରୋନ୍ କହିଛନ୍ତି ଯେ, ଆମେ ଶୀଘ୍ର ରାଷ୍ଟ୍ରଦୂତଙ୍କୁ ଘରକୁ ଫେରାଇ ଆଣିବୁ। ଏହା ଉପରେ କାର୍ଯ୍ୟ ଚାଲିଛି । ସେମାନେ ନାଇଜରର ବୈଧ ପ୍ରାଧିକାରୀ । ମୁଁ ସେମାନଙ୍କ ସହିତ ପ୍ରତିଦିନ କଥାବାର୍ତ୍ତା କରୁଛି । 

ସୂଚନାଥାଉକି, ନାଇଜରରେ ହୋଇଥିବା ଆକ୍ରମଣ ପରେ ନାଇଜର ସରକାର ଏବଂ ଫ୍ରାନ୍ସ ମଧ୍ୟରେ ବିବାଦ ଜାରି ରହିଛି । କାରଣ, ବହିଷ୍କୃତ ତଥା ପୂର୍ବତନ ରାଷ୍ଟ୍ରପତି ବଜୌମଙ୍କୁ ଫ୍ରାନ୍ସ ସମର୍ଥନ କରୁଛି । ତେବେ ନାଇଜର ସରକାର ପୂର୍ବତନ ରାଷ୍ଟ୍ରପତି ବଜୌମଙ୍କୁ ବନ୍ଧକ ରଖିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆକ୍ରମଣ ପରେ ତୁରନ୍ତ ନାଇଜର ସୈନିକ ମାନେ ତାଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପରେ ନାଇଜର ଇଟ୍ଟାଙ୍କ ଭିସା ବାତିଲ କରିଦେଇଥିଲା । 

 ନିକଟରେ ସେନା ନାଇଜରରେ ଏକ ଆକ୍ରମଣ କରିଥିଲା। ରାଷ୍ଟ୍ରପତି ମହମ୍ମଦ ବଜୌମଙ୍କ ସରକାରକୁ ସେମାନେ ହଟାଇ ଦେଇଛନ୍ତି ବୋଲି ନାଇଜର ସେନା ଦାବି କରିଛି । ସେମାନେ ରାଷ୍ଟ୍ରପତି ବଜୌମଙ୍କୁ କାରାଗାରରେ ରଖିଛନ୍ତି । ଜାତିସଂଘ-ଆମେରିକାର ହସ୍ତକ୍ଷେପକୁ ସୈନିକମାନେ ବିରୋଧ କରିଥିଲେ ଏବଂ ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ । 

 ତେବେ ନାଇଜର ସେନାର କର୍ଣ୍ଣେଲ ଟିଭିରେ ସିଧା ପ୍ରସାରଣ କରି କହିଥିଲେ ଯେ ସୁରକ୍ଷା ବ୍ୟବସ୍ଥା ଖରାପ ହେବା ସହ ଦେଶର ଖରାପ ଶାସନ ଯୋଗୁଁ ଆମେ ରାଷ୍ଟ୍ରପତିଙ୍କ ଶାସନକୁ ସମାପ୍ତ କରୁଛୁ । ନାଇଜରର ସୀମା ସିଲ୍ ହୋଇଛି । ବର୍ତ୍ତମାନ କେହି ଦେଶ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ଦେଶ ଭିତରକୁ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ସମଗ୍ର ଦେଶରେ କର୍ଫ୍ୟୁ ଅଛି । ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ।


 

 

 

Copyright © 2022 - Summa Real Media Private Limited. All Rights Reserved.