ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆସ୍ଥା ଓ ବିଶ୍ୱାସର ଦେବତା ବୁଢାରଜାଙ୍କ ଦଶହରା, ଲାଠିଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ

କୋକସରା,୦୪/୧୧-  ଆସ୍ଥା ଓ ବିଶ୍ୱାସ ର ଦେବତା ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶହରା ଶନିବାର ମହା ଆଡମ୍ବରରେ ପାଳନ ହୋଇଯାଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆମପାଣି ବୁଢାରଜା ଦେବଙ୍କ ବାର୍ଷିକ ଦଶହରା  ବିଳମ୍ବିତ ରାତିରେ ସମାପନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଦଶହରା ପୁଜାରେ ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ବ ଦେବାଦେବୀଙ୍କୁ ରକ୍ତ ଭୋଗ ରେ ସନ୍ତୁଷ୍ଟ କରିଥିଲେ ମାନସିକଧାରୀ ଶ୍ରଦ୍ଧାଳୁ ।ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ,ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଲାଗିହୁଏ। ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ବୁଢାରଜାଙ୍କ ଠାରେ ଅର୍ପଣ କରି ଜେନାବୁଢା ଦେବତା ନିକଟରେ ବଳି ଦେଇଥିବା ଦେଖିବାକୁ ମିଳିଛି ।  

ଆଜି ଦଶହରା ପୁଜାର କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇଥିଲା।ସକାଳ ୭ ଟାରୁ ବୁଢ଼ାରଜାଙ୍କ ମନ୍ଦିରରେ ଭକ୍ତ ମାନେ ଦର୍ଶନ କରିଥିଲେ।  ସକାଳ ୧୧ଟା ଗ୍ରାମ ପୂଜକଙ୍କ ଘରୁ ବିରାଟ ପଟୁଆରରେ ଲାଠିଯାତ୍ର  ଶୋଭାଯାତ୍ରାରେ ବାହାରି ମୁଖ୍ୟ ବୁଢାରଜା ମନ୍ଦିରରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୨୦ରୁ ଉର୍ଦ୍ଧ ଦେବାଦେବୀଙ୍କ ଦେବୀ ଲାଠି,କାଳିସୀ ଘୁମୁରା ଓ ଲୋକ କଳାକାରଙ୍କ ନୃତ୍ୟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦୃଶ୍ୟ ହଜାର ହଜାର ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା ।  ମନ୍ଦିରକୁ  ଦେବାଦେବୀଙ୍କ ଲାଠି ପହଞ୍ଚିବା ପରେ ଲାଠି ଯାତ୍ରାକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା । ଲାଠିଯାତ୍ରା ପରିକ୍ରମା ସମୟରେ ବାଟରେ ବାଳିଗଜା ଅର୍ପଣ କରା ଯାଇଥିଲା । ଲାଠିଯାତ୍ରା ରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତ୍ରୀ ଡ଼.ସୁନିତା ମୁଣ୍ଡ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ।

ଲାଠିଯାତ୍ରା ବୁଢାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୂଜା ସ୍ଥଳରେ ରଖାଯାଇ ପୂଜା କରାଯାଇଥିଲା । ପରେ ପୂଜକ ଫକିର ମୋହନ ପୁଝାରିଙ୍କ ଦ୍ୱାରା ପୂଜାପାଠ ଆରମ୍ଭ ହୋଇଥିଲା । ପୂଜା କାର୍ଯ୍ୟ ଚାଲୁଥିବା ସମୟରେ ବୁଢାରଜା ଦେବଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା । ବୁଢାରଜା ପୀଠରେ ଏକାଠି  ହୋଇଥିବା ସମସ୍ତ ଦେବାଦେବୀ ଏହି ମଣ୍ଡେଇ ଯାତ୍ରାରେ ସାମିଲ ହୋଇ ବଜାର ପଡିଆ ପରିକ୍ରମା କରିଥିଲେ । ମଣ୍ଡେଇ ଯାତ୍ରା ସମାପନ  ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଥିବା ଏକ ଗଛରେ ଜହ୍ନିକୁ ବାନ୍ଧି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗ ଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନି କୁ ଲକ୍ଷ୍ୟ କରି ଲାଖବିନ୍ଧା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।  

 ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଉଦଘାଟନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଜୟଦେଵ ସାହୁ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଡ଼. ସୁନୀତି ମୁଣ୍ଡ, ବିଜେଡି ନେତ୍ରୀ ମନୀଷା ମିଶ୍ର ,ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

Copyright © 2022 - Summa Real Media Private Limited. All Rights Reserved.