ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଦିନିକିଆ ବିଶ୍ବକପ୍‌ରେ କେତେଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ; କାହାର ପଲ୍ଲା ରହିଛି ଭାରି ?

ନୂଆଦିଲ୍ଲୀ,୧୭/୧୧: ଦିନିକିଆ ବିଶ୍ବକପ୍‌ ୨୦୨୩ର ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର (ନଭେମ୍ବର ୧୯ ତାରିଖରେ) ହେବାକୁ ଯାଉଛି। ଚଳିତ ବିଶ୍ବକପ୍‌ରେ ଭାରତୀୟ ଟିମ୍‌ ପ୍ରଥମ ମ୍ୟାଚ୍‌ରୁ ସେମିଫାଇନାଲ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି କିନ୍ତୁ ଅଷ୍ଟ୍ରେଲିଆର ଆରମ୍ଭ ଭଲ ନ‌ଥିଲା। ପ୍ରଥମ ଲିଗ୍ ମ୍ୟାଚ୍‌ରେ ଭାରତ ଠାରୁ ଅଷ୍ଟ୍ରେଲିଆ ଏବଂ ପରେ ଦ୍ୱିତୀୟ ଲିଗ୍ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଅଷ୍ଟ୍ରେଲିଆ ଦଳ ତୃତୀୟ ମ୍ୟାଚରୁ ଫର୍ମକୁ ଫେରିଛି ଏବଂ ବର୍ତ୍ତମାନ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। 

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ସର୍ବଦା ସ୍ୱତନ୍ତ୍ର ରହିଆସିଛି କିନ୍ତୁ ଆପଣ ଜାଣନ୍ତି କି ଏହି ଦୁଇ ଦଳ ବିଶ୍ୱକପରେ କେତେଥର ମୁହାଁମୁହିଁ ହୋଇଛନ୍ତି ଏବଂ କିଏ କେତେ ଥର ଜିତିଛନ୍ତି? ତେବେ ଆସନ୍ତୁ ଜାଣିବା ଉଭୟ ଦଳ ମଧ୍ୟରେ ଖେଳାଯାଇ‌ଥିବା ମ୍ୟାଚ୍‌ ଓ ଏହାର ସ୍କୋରକୁ ନେଇ କିଛି ପରିସଂଖ୍ୟାନ...

ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

ବିଶ୍ବକପ୍‌ରେ ଭାରତ ବନାମ ଅଷ୍ଟ୍ରେଲିଆ: 

* ବିଶ୍ୱକପ ଇତିହାସରେ ଭାରତ ଏବଂ ଅଷ୍ଟ୍ରେଲିଆ ମୋଟ ୧୩ ଥର ମୁହାଁମୁହିଁ ହୋଇଛନ୍ତି

* ଏହି ୧୩ ଟି ବିଶ୍ୱକପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮ ଟି ମ୍ୟାଚ୍ ଜିତିଛି

* ଭାରତ ମାତ୍ର ୫ ଟି ମ୍ୟାଚ୍‌ରେ ବିଜୟର ହାସଲ କରିବାରେ ସଫଳ ହୋଇଛି।

* ଅଦ୍ୟାବଧି ଏହି ଦୁଇଦଳଙ୍କ ମଧ୍ୟରେ ଗୋଟିଏ ବି ବିଶ୍ୱକପ ମ୍ୟାଚ୍ ଟାଇ ହୋଇନାହିଁ କିମ୍ବା ଏହାକୁ ବାତିଲ କରାଯାଇ ନାହିଁ

* ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବାଧିକ ସ୍କୋର ୩୫୯ ରହିଛି 

* ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ୩୫୨ ରନ୍ କରିଛି

* ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର ୧୨୮ ଥିଲା

* ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସର୍ବନିମ୍ନ ସ୍କୋର ଥିଲା ୧୨୫

* ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ୧୩ ଜୁନ୍ ୧୯୮୩ ରେ ଖେଳାଯାଇଥିଲା, ଯାହାକି ଅଷ୍ଟ୍ରେଲିଆ ୧୬୨ ରନ୍‌ରେ ଜିତିଥିଲା

ପଢ଼ନ୍ତୁ: ଦିନିକିଆ ବିଶ୍ୱକପ୍ ଫାଇନାଲ ପୂର୍ବରୁ ରଙ୍ଗା ରଙ୍ଗ ଉଦ୍‌ଯାପନୀ, ଦେଖିବାକୁ ମିଳିବ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

* ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ବିଶ୍ୱକପ୍ ମ୍ୟାଚ୍ ଚଳିତ ବର୍ଷ ୮ ଅକ୍ଟୋବରରେ ଖେଳାଯାଇଥିଲା, ଯାହାକୁ ଭାରତ ୬ ୱିକେଟ୍ ଜିତିଥିଲା

* ବିଶ୍ୱକପରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ସବୁଠାରୁ ବଡ ବିଜୟ ୧୯୮୩ ମସିହାରେ ହାସଲ କରିଥିଲା, ଯାହାକି ୧୬୨ ରନର ବିଜୟ ଥିଲା।

* ୧୯୮୩ ମସିହାରେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୧୮ ରନ୍‌ରେ ନିଜର ସର୍ବ ବୃହତ ବିଜୟ ପଞ୍ଜିକରଣ କରିଥିଲା। 

ଏହି ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ଯେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ପଲା ଭାରତ ଠାରୁ ଭାରିି ରହିଛି। କିନ୍ତୁ ଏହି ବିଶ୍ୱକପ୍‌ରେ ଭାରତୀୟ ଦଳର ଫର୍ମ ଅତ୍ୟନ୍ତ ଭଲ ଅଛି। ଏବେ ଏହା ଦେଖିବାର କ‌ଥା, ରୋହିତ ଶର୍ମାଙ୍କ ଦଳ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉପରେ ଅକ୍ତିଆର କରିପାରୁଛି କି ନାହିଁ।

You can also read: ସଚିନଙ୍କ ରେକର୍ଡ ଭାଙ୍ଗିବା ବେଳେ କୋହଲି ହାତରେ ବାନ୍ଧି ଥିଲେ ଏକ ଡିଭାଇସ୍ , ଏଥିରେ ରହିଛି ଅନେକ ଆଶ୍ଚର୍ଯ୍ୟକର ଫିଚର


 

  • prameyanews
  • PrameyaOdia
  • prameya
  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.