ନୂଆଦିଲ୍ଲୀ, ୧୭/୧୧ : ୧୯ ନଭେମ୍ବରରେ ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ ହେବାକୁ ଯାଉଛି । ବିଶ୍ବକପର ଫାଇନାଲ ମ୍ୟାଚ ଭାରତ- ଅଷ୍ଟେ୍ରଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ଦଳ ବିଶ୍ବ ବିଜେତା ହେବ, ଯାହାକି ହାରିବା ଟିମ୍କୁ ଉପ ବିଜେତା କୁହାଯିବ । ଆସନ୍ତୁ ଜାଣିବା ଏହି ବିଶ୍ବକପ ଶେଷ ହେବା ପରେ କାହାକୁ କିଭଳି ପ୍ରାଇଜ ମନି ଦିଆଯିବ ।
ଆଇସିସି ବିଶ୍ବକପ ୨୦୨୩ର ବିଜୟ ଟିମକୁ ୪ମିଲିୟ ୟୁଏସ ଡଲାର ତଥା ପ୍ରାୟ ୩୩କୋଟି ଟଙ୍କା ପୁରସ୍କାର ଦିଆଯିବ । ସେହିଭଳି ଉପ-ବିଜେତା ଟିମକୁ ୨ମିଲିୟନ ୟୁଏସ ଡଲାର ତଥା ପ୍ରାୟ ୧୬.୬୪କୋଟି ଟଙ୍କାର ପୁରସ୍କାର ଦିଆଯିବ । ସେମିଫାଇନାଲରୁ ବାହାରିଥିବା ଟିମ୍ ତଥା ନ୍ୟୁଜିଲାଣ୍ଡ ଏବଂ ସାଉଥ ଆଫ୍ରିକାକୁ ୮ଲକ୍ଷ ୟୁଏସ ଡଲାର ତଥା ୬.୬୦କୋଟି ଟଙ୍କାର ପରସ୍କାର ଦିଆଯିବ ।
ଏହି ବିଶ୍ବକପରେ ଲିଗ୍ ଷ୍ଟେଜରୁ ବାହାରିଥିବା ଟିମ୍କୁ ୧ଲକ୍ଷ ୟୁଏସ ଡଲାର ତଥା ପ୍ରାୟ ୮୩ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ଏହାବ୍ୟତୀତ ଲିଗ୍ ଷ୍ଟେଜରେ ପ୍ରତ୍ୟେକ ମ୍ୟାଚ୍ ଜିତିବା ଟିମକୁ ବୋନସ ଭାବେ ୪୦୦୦୦ୟୁଏସ ଡଲାର ତଥା ପ୍ରାୟ ୩୩ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ଏହି ବିଶ୍ବକପର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟେ୍ରଲିଆ ମଧ୍ୟରେ ଖେଳାଯିବ । ଭାରତ ଏହି ବିଶ୍ବକପରେ ନିଜର ସମସ୍ତ ୧୦ ମ୍ୟାଚକୁ ଜିତି ଫାଇନାଲରେ ନିଜ ସ୍ଥାନ ବନାଇଛି । ସେହିଭଳି ଅଷ୍ଟେ୍ରଲିଆ ନିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ହୋଇଥିଲା । କିନ୍ତୁ ତାହା ପରେ ଅଷ୍ଟେ୍ରଲିଆ ଟିମ୍ ଜବରଦସ୍ତ ଫର୍ମରେ ରହିଛି ।
ମାତ୍ର ଭାରତ ଏବଂ ଅଷ୍ଟେ୍ରଲିଆ ଓ୍ବାନଡେ ବିଶ୍ବକପରେ ପୂର୍ବରୁ ଥରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳିସାରିଛନ୍ତି , ଯାହା କି ୨୦୦୩ର ଫାଇନାଲ ମ୍ୟାଚ ଥିଲା । ଉକ୍ତ ମ୍ୟାଚରେ ଅଷ୍ଟେ୍ରଲିଆ ଭାରତକୁ ୧୨୫ରନରେ ହରାଇ ବିଶ୍ବକପ ବିଜୟୀ ହାଇଥିଲା । ଏବେ ଠିକ୍ ୨୦ବର୍ଷ ପରେ ଭାରତ ଏବଂ ଅଷ୍ଟେ୍ରଲିଆ ପୁଣି ଥରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ । ଏଭଳିସ୍ଥଳେ ଦେଖିବାକୁ ହେବ କ’ଣ ଚଳିତ ଥର ଭାରତୀୟ ଟିମ୍ ନିଜ ୨୦ବର୍ଷ ପୁରୁଣା ପରାଜୟର ପ୍ରତିଶୋଧ ନେଇପାରୁଛି କି ନାହିଁ ।