ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମଲୀଳା ମୈଦାନରେ ଏକାଠି ହେବ ବିରୋଧୀ ମେଣ୍ଟ ‘ଇଣ୍ଡିଆ’, ସାମିଲ୍ ହେବେ ୨୭ ଦଳ

ନୂଆଦିଲ୍ଲୀ, ୩୧/୦୩: ଦିଲ୍ଲୀର ରାମଲୀଳା ମୈଦାନରେ ଆଜି ଦମ୍ ଦେଖାଇବେ ବିରୋଧୀ । ଏକାଠି ହେବେ ୨୭ ଦଳ । ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଆଜି ରବିବାର ଦିନ ୧୧ଟାରୁ ରାମଲୀଳା ମୈଦାନରୁ ଋଣହୁଙ୍କାର ଦେବ । ଇଣ୍ଡିଆ ମେଣ୍ଟର ମହାରାଲି ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ୍ ଗାନ୍ଧୀ ସଭାକୁ ସମ୍ବୋଧିତ କରିବେ । ରାଲିରେ ସାମିଲ୍ ହୋଇ ପାରନ୍ତି ସୋନିଆ ଗାନ୍ଧୀ ।

ଜୟରାମ ରମେଶ କହିଛନ୍ତି, ଏହା କୌଣସି ବ୍ୟକ୍ତି ବିଶେଷଙ୍କ ରାଲି ନୁହେଁ । ତେଣୁ ଏହା ରାଲିର ନାଁ ଗଣତନ୍ତ୍ର ବଞ୍ଚାଅ ରାଲି ରଖା ଯାଇଛି । ଏହା କୌଣସି ଗୋଟିଏ ଦଳର ରାଲି ନୁହେଁ । ଏଥିରେ ପ୍ରାୟ ୨୭ରୁ ୨୮ଟି ରାଜନୈତିକ ଦଳ ସାମିଲ୍ ହେବେ । ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଏଥିରେ ଯୋଗ ଦେବେ । ରାଲି ଜରିଆରେ ମେଣ୍ଟ ଏକତାର ବାର୍ତ୍ତା ଦେବ ।

ବଢ଼ୁଥିବା ଦରଦାମ, ୪୫ ବର୍ଷରେ ସବୁଠୁ ଅଧିକ ବେରୋଜଗାରୀ, ଆର୍ଥିକ ଅସମାନତା, ସାମାଜିକ ଅସମାନତା, କୃଷକଙ୍କ ପ୍ରତି ଅନ୍ୟାୟ ଆଦି ପ୍ରସଙ୍ଗ ଉଠାଇବ ବିରୋଧୀ ମେଣ୍ଟ । ଏହା ଛଡ଼ା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ କରି କିଭଳି ବିରୋଧୀଙ୍କୁ ଟାର୍ଗେଟ୍ କରାଯାଉଛି ସେ ପ୍ରସଙ୍ଗ ଉଠାଯିବ । ରମେଶ ଅଭିଯୋଗ କରିଛନ୍ତି, ଏଭଳି ଭାବେ ବିରୋଧୀ ଦଳକୁ ଟାର୍ଗେଟ୍ କରି ୨ ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ନିର୍ବାଚନୀ ବଣ୍ଡ ମାଧ୍ୟମରେ ଜବରଦସ୍ତି ଚାନ୍ଦା ଆଦାୟ କଥା ଉଠାଯିବ ।

ରାଲିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ଏନସିପି (ଏସପି) ମୁଖ୍ୟ ଶରଦ ପାୱାର, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରି, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ନ୍ୟାସନାଲ୍ କନଫରେନ୍ସ ନେତା ଫାଋକୁ ଅବଦ୍ଦୁଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଡିଏମକେ ଓ ଟିଏମସି ନେତା ସାମିଲ୍ ହେବେ ।

ଏହା ଛଡ଼ା ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ରାଲିରେ ସାମିଲ୍ ହେବେ । ଜାନୁଆରୀ ୩୧ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା । ଶନିବାର କଳ୍ପନା ଦିଲ୍ଲୀ ପହଞ୍ଚିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଥିଲେ । ମାର୍ଚ୍ଚ ୨୧ରେ ଇଡି ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.