ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଜିମ୍ୱାୱେ ଟୁର୍‌ ପାଇଁ ଟି-୨୦ ଟିମ୍ ଘୋଷଣା , ଶୁଭମନ ଗିଲ୍‌ ଅଧିନାୟକ

ନୂଆଦିଲ୍ଲୀ – ଜିମ୍ୱାୱେ ଟୁର୍‌ ପାଇଁ ଟି-୨୦ ଟିମ୍‌ ଘୋଷଣା କରାଯାଇଛି । ଏହି ଗସ୍ତରରେ ଭାରତୀୟ ଟିମ୍‌ର ଦାୟିତ୍ୱ ନେବେ ଶୁଭମନ ଗିଲ୍‌। ଏହା ବ୍ୟତୀତ ଟିମ୍‌ରେ ଅନେକ ଯୁବ ଖେଳାଳି ମଧ୍ୟ ସୁଯୋଗ ପାଇଛନ୍ତି। ଅନୁମାନ ଅନୁସାରେ , କୌଣସି ବି ସିନିୟର ଖେଳାଳିଙ୍କୁ ଏହି ଗସ୍ତରେ ସାମିଲ କରାଯାଇ ନାହିଁ । 

ଉଲ୍ଲେଖନୀୟ ଯେ, ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଶୁଭମନ ଗିଲ୍‌ଙ୍କୁ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଦେବାର ଚର୍ଚ୍ଚା ଜୋର ଧରି ଥିଲା। ଏହା ବ୍ୟତୀତ ଆଇପିଏଲରେ ଚମକ ଦେଖାଇବା ଥିବା ଯୁବ ଷ୍ଟାରଙ୍କୁ ମଧ୍ୟ ଟିମ୍‌ରେ ନେବାର କଥା ମଧ୍ୟ ସାମନାକୁ ଆସୁଥିଲା। 

ଭାରତୀୟ ଟିମ୍‌ ଜିମ୍ୱାୱେରେ ୫ଟି ଟି-୨୦ ସିରିଜ ଖେଳିବ। ଟିମ୍‌ରେ ଟି-୨୦ ୱାର୍ଲ୍ଡ କପ୍‌ ସ୍କ୍ୱାଡ୍‌ରେ ଦୁଇ ଜଣ ଖେଳାଳି ସଞ୍ଜୁ ସାମସନ ଓ ଯଶସ୍ୱୀ ଜାୟସୱାଲଙ୍କୁ ସୁଯୋଗ ଦିଆଯାଇଛି। ଟି-୨୦ ୱାର୍ଲ୍ଡ କପ୍‌ର ରିଜର୍ଭରେ ସାମିଲ, ରିଙ୍କୁ ସିଂହ, ଖଲିଲ ଅହମ୍ମଦ ଓ ଆୱେଶ ଖାନଙ୍କୁ ମଧ୍ୟ ଟିମ୍‌ରେ ଚୟନ କରାଯାଇଛି। ସେପଟେ ଶୁଭମନ ଗିଲଙ୍କୁ ରିଜର୍ଭରୁ ଉଠାଇ ସିଧା ଅଧିନାୟକ କରାଯାଇଛି । ପୂର୍ବରୁ ଏମିତି ଚର୍ଚ୍ଚା ହେଉଥିଲା କି ହାର୍ଦ୍ଦିକ ପାଣ୍ଡ୍ୟା ବା ସୂର୍ଯ୍ୟ କୁମାର ଯାଦବଙ୍କ ମଧ୍ୟରୁ କାହାକୁ ଜିମ୍ୱାୱେ ଗସ୍ତରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ପ୍ରଦାନ କରାଯାଇ ପାରେ । କିନ୍ତୁ ଏମିତି ଖବର ଆସିଥିଲା କି ଏହି ଦୁଇଜଣ  ଜିମ୍ୱାୱେ ଗସ୍ତରେ ଯିବାକୁ ମନା କରିଥିଲେ । ଏହାପରେ ଗିଲ୍‌ଙ୍କୁ ଅଧିନାୟକତ୍ୱ ପ୍ରଦାନ କରାଯାଇଛି। 

ଏମିତି ଟିମ୍‌ ଇଣ୍ଡିଆ ବାହିନୀ  - ଶୁଭମନ ଗିଲ୍‌ (ଅଧିନାୟକ) ଯଶସ୍ୱୀ ଜାୟସୱାଲ, ଋତୁରାଜ ଗାୟକୱାଡ , ଅଭିଷେକ ଶର୍ମା , ରିଙ୍କୁ ସିଂହ , ସଞ୍ଜୁ ସାମସନ (ୱିକେଟକିପର) , ଧ୍ରୁବ ଜୁରୈଲ (ୱିକେଟକିପର) ନୀତୀଶ ରେଡ୍ଡୀ, ରିୟାନ ପରାଗ , ୱାଶିଂଟନ ସୁନ୍ଦର , ରବି ବିଷ୍ଣୋଇ , ଆୱେଶ ଖାନ , ଖଲିଲ ଅହମ୍ମଦ, ମୁକେଶ କୁମାର , ତୁଷାର ଦେଶପାଣ୍ଡେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.