ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା ପରିସ୍ଥିତି

ଧର୍ମଗଡ଼ ୦୪/୦୩ :  ଇନ୍ଦ୍ରାବତୀ ଦକ୍ଷିଣ କେନାଲାରେ ଘାଇ। କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଲା ମୁଖ୍ୟ କେନାଲ। ୨୦ ଫୁଟର ଘାଇ ହେବା ଫଳରେ ପାଖ ଆଖ ଅଞ୍ଚଳ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଏପିରିକି ଘରେ ଘରେ ପାଣି ପଶିଛି ପାଣି । 

ସୂଚନା ମୁତାବିକ, ରବିବାର ବିଳମ୍ବିତ ରାତିରେ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ ହୋଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଗାଁ ଭିତରେ ପାଣି ପଶିଯାଇଥିଲା । ଘର ଭିତରେ ପାଣି ଦେଖି ଲୋକମାନେ କୌଣସି କ୍ରମେ ଘର ବାହାରକୁ ଦୌଡ଼ିାବରେ ଲାଗିଥିଲେ । ଏପିରିକି ଘରର ଆଜବେଷ୍ଟ ଭାଙ୍ଗି ବାହାରକୁ ଆସିଥିଲେ । ଘର ସମସ୍ତ ଆସବାବପତ୍ର ପାଣିରେ ଭାସି ଯାଇଥିଲା


ସେପଟେ କେନାଲ ବନ୍ଧ ଭାଙ୍ଗିବା ପରେ ଗାଁ ରାସ୍ତାରେ ୫ ଫୁଟ୍ ପାଣି ଚାଲିଛି । ଲୋକଙ୍କ ଘରେ ପାଣି ପଶି ଅନେକ ସାମଗ୍ରୀ ଏବଂ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଏବେ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚିନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.