ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଷ୍ଟାଡିୟମରେ ଶୁଣାଯିବ ନବଜାତ ସିଂହ ସିନ୍ଧୁଙ୍କ ସ୍ବର, ଜାଣନ୍ତୁ କେବେ ଏବଂ କେଉଁଠି ତାଙ୍କ କମେଣ୍ଟ୍ରିରେ ଦେଖିପାରିବେ ମ୍ୟାଚ୍

ନୂଆଦିଲ୍ଲୀ,୧୯/୩ :  କଂଗ୍ରେସ ନେତା ଏବଂ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ପୁଣି ଥରେ କ୍ରିକେଟ ମୈଦାନକୁ ଫେରିବାକୁ ଅଛନ୍ତି । ନବଜାତ ସିଂହ ସିଦ୍ଧୁ ନା‌ କେବଳ ଏକ ଭଲ କ୍ରିକେଟର ରହିଛନ୍ତି ବରଂ ସେ ଭଲ ହୋଷ୍ଟ ଏବଂ କମେଣ୍ଟେଟର ବି ରହିଛନ୍ତି । ସେ ଲମ୍ବା ସମୟ ପର୍ଯ୍ୟନ୍ତ କମେଣ୍ଟ୍ରି କରି ଲୋକଙ୍କ ହୃଦୟକୁ ଜିତିଛନ୍ତି । ମାତ୍ର ନବଜାତ ସିଂହ ସିଦ୍ଧୁ ବହୁ ସମୟରୁ କମେଣ୍ଟ୍ରିରୁ ଦୂରରେ ରହିଛନ୍ତି । କିନ୍ତୁ ପୁଣି ଥରେ ଦିଗ୍ଜ କ୍ରିକେଟର ଷ୍ଟାଡିୟମରେ କମେଣ୍ଟ୍ରି କରୁଥିବା ଦେଖାଯିବେ । ନବଜୋତ ସିଂହ ସିଦ୍ଧୁ ଆଇପିଏଲ୍ ୨୦୨୪ରେ କମେଣ୍ଟ୍ରି କରିବେ । ଏହି କଥାର ସୂଚନା ଷ୍ଟାର ସ୍ପୋର୍ଟ୍ସ ସୋସିଆଲ ମିଡ଼ିଆ ଜରିଆରେ ଦେଇଛି । 

ଚେନାଲ ନିଜ ଏକ୍ସ ଆକାଉଣ୍ଟରେ ନବଜୋତ ସିଂହ ସିନ୍ଧୁ ଫଟୋ ସେୟାର କରି ଲେଖିଛି କି ସରଦାର ଅଫ କମେଣ୍ଟ୍ରି ବକ୍ସ ଇଜ୍ ବ୍ୟାକ୍ । ପ୍ରକାଶ ଯେ, ନବଜୋତ ସିଂହ ସିଦ୍ଧୁ ଚଳିତ ଥର ଲୋକସଭା ନିର୍ବାଚନ ଲଢିବେ ନାହିଁ । ନିକଟରେ ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରମୁଖ ସିଦ୍ଧୁ ଅମୃତସରରୁ ୩ଥର ଲୋକସଭା ସାଂସଦ, ଗୋଟିଏ ଥର ରାଜ୍ୟସଭା ସାଂସଦ ଏବଂ ଅମୃତସର ପୂର୍ବରୁ ଗୋଟିଏ ଥର ବିଧାୟକ ରହି ସାରିଛନ୍ତି । 

ପ୍ରକାଶ ଯେ, ଆଇପିଏଲ୍ ୨୦୨୪ ଏହି ମାସ ୨୨ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ସାମ୍ନାସାମ୍ନି ପାଇଁ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ୨୨ମାର୍ଚ୍ଚରେ ଚେନ୍ନାଇର ଏମଏ ଚିଦମ୍ବରମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଉଦଘାଟନ ମ୍ୟାଚ‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହ ଖେଳିବ । ୧୭ତମ ସଂସ୍କରଣର ଲିଗ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ମିନିଟ ଏବଂ ସନ୍ଧ୍ୟା ୭ଟା ୩୦ସମୟରେ ଆରମ୍ଭ ହେବାରେ ଅଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.