ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL ୨୦୨୪: ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ଏବେ ଫେରିବେନି ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ, ୨୮/୦୩: ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିବା ପରେ ଚାପଗ୍ରସ୍ତ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢ଼ିଛି । ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବେ ପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି । ତେଣୁ ସେ ଆଗାମୀ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ । ଆଉ ଖବର ନିଶ୍ଚୟ ବଢ଼ାଇଥିବ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହୃଦସ୍ପନ୍ଦନ । କାରଣ ଆଇପିଏଲର ୧୭ତମ ସଂସ୍କରଣରେ ମୁମ୍ବାଇ ଏଯାବତ୍ ଖାତା ଖୋଲି ପାରି ନାହିଁ । ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ୍ ଖେଳିଥିବା ବେଳେ ପରାଜୟ ବରଣ କରିଛି ।

ମିଷ୍ଟର ୩୬୦ ଡିଗ୍ରୀ ନାଁରେ ପରିଚିତ ସୂର୍ଯ୍ୟକୁମାର ଯାଦବ ସର୍ଜରୀ ପରେ ସମ୍ପୂର୍ଣ୍ଣ ଠିକ୍ ହୋଇ ନାହାନ୍ତି । ଆଇପିଏଲର ଆଉ କେତେକ ମ୍ୟାଚ୍ ମଧ୍ୟ ଖେଳି ପାରିବେ ନାହିଁ । ତେବେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ ସୂର୍ଯ୍ୟକୁମାରଙ୍କ ଉପରେ ପୂରା ନଜର ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଅସୁସ୍ଥତା ଯୋଗୁଁ ସୂର୍ଯ୍ୟକୁମାର ଗୋଟିଏ ମ୍ୟାଚରେ ସାମିଲ୍ ହୋଇ ନାହାନ୍ତି ।

ବିସିସିଆଇ ସୂତ୍ର ଅନୁସାରେ, ସୂର୍ଯ୍ୟକୁମାର ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ସେ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ଆସିବେ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ସହ ପ୍ରଥମ ୨ଟି ମ୍ୟାଚ୍ ଖେଳି ପାରି ନଥିବା ସୂର୍ଯ୍ୟକୁମାର ଆଉ କେତକ ମ୍ୟାଚରୁ ଦଳରୁ ବାହାରେ ରହି ପାରନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସ ଅନୁଭବ କରୁଥିବା ବେଳେ ବିସିସିଆଇ କୌଣସି ମତେ ଏହାକୁ ହାଲୁକାରେ ନେଉ ନାହିଁ । କାରଣ ଜୁନରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବାକୁ ଯାଉଛି । ବିଶ୍ୱକପରେ ସୂର୍ଯ୍ୟକୁମାର ଯାଦବ ବଡ଼ ଭୂମିକା ନିଭାଇବେ ବୋଲି ଆଶା ରହିଥିବା ବେଳେ ସେ ଏବେ ଅସୁସ୍ଥ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.