ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କ’ଣ ସତରେ ଶିଶୁଙ୍କୁ ମାଲିସ୍‌ କରିବା ଦ୍ୱାରା ଫାଇଦା ମିଳେ? ଜାଣନ୍ତୁ ଶିଶୁ ବିଶେଷଜ୍ଞ ମତ

ଭୁବନେଶ୍ୱର ୨୪/୦୫: ଶିଶୁକୁ ସୁସ୍ଥ ରଖିବା ପାଇଁ ସକାଳେ ଓ ସଂଧ୍ୟାରେ ତେଲ ମାଲିସ୍‌ କରାଯାଇଥାଏ । କିନ୍ତୁ କ’ଣ ସତରେ ମାଲିସ୍‌ କରିବା ଦ୍ୱାରା ଶିଶୁଙ୍କୁ ଫାଇଦା ମିଳିଥାଏ? ମାଲିସ୍‌ ଦ୍ୱାରା ସତରେ ହାଡ଼ ମଜଭୁତ ହୋଇଥାଏ କି? ଚାଲନ୍ତୁ ଜାଣିବା ଶିଶୁ ବିଶେଷଜ୍ଞ ମତ । 

ବିଶେଷଜ୍ଞଙ୍କ କହିବା କଥା ମାଲିସ୍‌ କେବଳ ଏକ ପରମ୍ପରା, ଯାହା ବର୍ଷ ବର୍ଷ ଧରି ଚାଲିଆସିଛି । ବିଶେଷଜ୍ଞ କହିବା କଥା ମାଲିସ୍‌ ଦ୍ୱାରା ହାଡ଼କୁ କିଛି ଲାଭ ପହଞ୍ଚିନଥାଏ । ଏହାର କୌଣସି ବୈଜ୍ଞାନିକ କାରଣ ମଧ୍ୟ ନାହିଁ । ଯେଉଁ ବାପାମା’ଙ୍କୁ ଏପରି ଲାଗୁଛି ଯେ ମାଲିସ୍‌ ନ କରିବା ଦ୍ୱାରା ହାଡ଼ ଦୁର୍ବଳ ଯୋଗୁ ପିଲା ଠିକ୍‌ ଭାବେ ଚାଲିପାରିବନି । ତେବେ ସେମାନଙ୍କୁ ବୁଝିବାକୁ ପଡିବ ଯେ ଶିଶୁକୁ ମସାଜ୍‌ ନୁହେଁ,ବରଂ ଜେନେଟିକ୍‌ ପାର୍ଟନ୍‌ ନ୍ୟୁଟ୍ରିସନ୍‌ ବିକାଶ ଦ୍ୱାରା ଶିଶୁର ବିକାଶ ସମ୍ଭବ । ପିଲାର ହାଡ଼ ମଜଭୁତ ହେବା ଓ ଶାରିରୀକ ବିକାଶ ପାଇଁ ମା’କୁ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖାଇବା ବହୁତ ଜରୁରି । କାରଣ ମା’ଖାଉଥିବା ଖାଦ୍ୟର ସିଧାସଳଖ ପ୍ରଭାବ ଶିଶୁ ଉପରେ ପଡିଥାଏ । ଅବଶ୍ୟ ମସାଜ୍‌ କରିବା ଦ୍ୱାରା ଶିଶୁ ଶରୀରର ଚଳପ୍ରଚଳ ଠିକ୍‌ ଭାବେ ହୋଇଥାଏ । ଫଳରେ ଶରୀର ନମନୀୟ ହୋଇଥାଏ । କିଛି ମା’ ତେଲ ମାଲିସ୍‌ ଦ୍ୱାରା ଶିଶୁର ନାକ ଓ କାନକୁ ସଠିକ୍‌ ଆକାର ଦେବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ଜାଣନ୍ତି କି ଶିଶୁ ଶରୀରର ବିଭିନ୍ନ ଅଙ୍ଗର ଆକାର ଜିନ୍‌ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । 

ବିଶେଷଜ୍ଞଙ୍କ ମତରେ ଶିଶୁର ତ୍ୱଚା ଖୁବ୍‌ କୋମଳ ହୋଇଥାଏ । ତେଲ ମାଲିସ୍‌ କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ଉପୁଜିପାରେ । ସେହିପରି କାନରେ ତେଲ ପକାଇବା ଦ୍ୱାରା ସଂକ୍ରମଣ ହୋଇପାରେ । ମାଲିସ୍‌ର ଫାଇଦା ଶିଶୁକୁ ମାଲିସ୍‌ କରିବା ଦ୍ୱାରା ନିଦର ଗୁଣବତ୍ତା ବଢିଥାଏ । ସେହିପରି ଶରୀରର ନମନୀୟତା ମଧ୍ୟ ବଢିଥାଏ । ଏହାବ୍ୟତୀତ ରକ୍ତ ସଞ୍ଚାଳନ ତୀବ୍ର ହେବା ସହ କୋଷିକଗୁଡିକରେ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ପ୍ରବାହ ବଢିଥାଏ । ମାଲିସ୍‌ ଦ୍ୱାରା ଶିଶୁ ଓ ମା’ଭିତରେ ସମ୍ପର୍କ ନିବିଡ଼ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.