ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସରେ ପ୍ରଥମ, କାଶ୍ମୀରରେ ଅନୁଷ୍ଠିତ ହେଲା ପ୍ରଥମ ଫର୍ମୁଲା-୪ ରେସ୍‌

ଶ୍ରୀନଗର ୧୯/୩: ଇତିହାସରେ ପ୍ରଥମ । କାଶ୍ମୀରରେ ହୋଇଛି ପ୍ରଥମ ଫର୍ମୁଲା-୪ ରେସ୍‌ । ଗତ ରବିବାର ଶ୍ରୀନଗର ସ୍ଥିତ ଡାଲ୍‌ ହ୍ରଦ କୂଳରେ ଅବସ୍ଥିତ ବୋଲଭାର୍ଡ ରୋଡ୍‌ରେ ଏହି ରୋମାଞ୍ଚକର  ରେସ୍‌ ଅନୁଷ୍ଠିତ ହୋଇଥିଲା । କାଶ୍ମୀରରେ ମୋଟର କ୍ରୀଡ଼ାର ପ୍ରୋତ୍ସାହନ ଲାଗି ଏହି  କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସହରରେ ଆୟୋଜିତ ପ୍ରଥମ ଫର୍ମୁଲା-୪ କାର୍‌  ରେସ୍‌ ଲଲିତ ଘାଟରୁ ନେହରୁ ପାର୍କ ୧.୭ କିମି ପର୍ଯ୍ୟନ୍ତ ହୋଇଥିଲା ।

ପର୍ଯ୍ୟଟନର ପ୍ରୋତ୍ସାହନ ସହିତ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ବହୁମୁଖୀ କ୍ୟାରିଅର୍‌ର ସୁବିଧା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏ ଅବସରରେ ପେସାଦାର ଫର୍ମୁଲା-୪ ଚାଳକମାନେ  ଚମତ୍କାର ଷ୍ଟଣ୍ଟ୍‌ ପ୍ରଦର୍ଶନ ସହିତ ଆକ୍ସନ୍‌-ପ୍ୟାକ୍‌ଡ ରେସ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ। ରେସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଡ୍ରୋନ୍‌ ଜରିଆରେ ଉକ୍ତ ଅଞ୍ଚଳ ଉପରେ  ନଜର ରଖାଯାଇଥିଲା । ପର୍ଯ୍ୟଟନ ବିଭାଗ ଅଧୀନରେ ଫର୍ମୁଲା-୪ ଓ ଇଣ୍ଡିଆନ ରେସିଂ  ଲିଗ୍‌ର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.