କୋଲକାତା,୨୩/୦୩: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍ ଶନିବାର କୋଲକାତା ଇଡେନ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ତେବେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ତେବେ ପ୍ରଥମେ ମଇଦାନକୁ ଓହ୍ଲାଇଥିବା କେକେଆର ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୨୦୮ ରନ୍ର ବିଶାଳ ସ୍କୋର କରିଥିଲା। ମଇଦାନରେ ଗର୍ଜିଥିଲା ଆନ୍ଦ୍ର ରସେଲଙ୍କ ବ୍ୟାଟ୍। ସନରାଇଜର୍ସ ହାଇଦ୍ରାବାଦଙ୍କ ବଲ୍କୁ ଚୌକା ଓ ଛକାରେ ଜବାବ ଦେଇଥିଲେ କେକେଆର୍ ବ୍ୟାଟ।
ଇଡେନ ଗାର୍ଡେନରେ ଖେଳା ଯାଇଥିବା ଆଇପିଏଲର ତୃତୀୟ ମ୍ୟାଚ୍ରେ କୋଲକାତା ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲରେ କୋଲକାତା ପ୍ରଥମ ଦଳ ଭାବେ ୨୦୦ରୁ ଉର୍ଦ୍ଧ୍ଵ ରନ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ୭ ଓ୍ଵିକେଟ୍ ହରାଇ ବିଶାଳ ୨୦୮ ରନ କରିଛି।
ଆନ୍ଦ୍ର ରସେଲ ମାତ୍ର ୨୫ ବଲ୍ରୁ ଧୂଆଁଧାର ବ୍ୟାଟିଂ କରି ୩ ଚୌକା ଓ ୭ ଛକା ବଳରେ ୬୪ ରନ କରିଛନ୍ତି। ତାଙ୍କ ବ୍ୟତୀତ ଫିଲିପ ସଲ୍ଟ ୫୪ ରନ, ରମନଦୀପ ସିଂ ୩୫ ଓ ରିଙ୍କୁ ସିଂ ୨୩ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଟି ନଟରାଜନ ଓ ପାଟ୍ କମିନ୍ସଙ୍କୁ ବାଦ୍ ଦେଲେ ଅନ୍ୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ନଟରାଜନ ୩୨ ରନ ଦେଇ ୩ଟି ସଫଳତା ପାଇଛନ୍ତି।