ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍, ତାଲା କାଟି ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ବାରଙ୍ଗ, ୦୧/୦୨ : ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍। ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍। ମଞ୍ଚେଶ୍ୱର ଥାନା ସତ୍ୟବାଦୀ ରେସିଡେନ୍ସିରୁ କଳାକନା ବୁଲାଇ ଦେଲେ ଲୁଟେରା। ଦୁଇ ଫ୍ଲାଟ୍‌ର ତାଲା କାଟି ନେଇଗଲେ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର। 

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ଵିତ ରାତିରେ ଚନ୍ଦ୍ରଶେଖରପୁର ପରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଲୁଟ୍ ହୋଇଛି। ସତ୍ୟବାଦୀ ରେସିଡେନ୍ସିର b104 ଏବଂ 301ନଂ ଫ୍ଲାଟରୁ ଚୋରି ହୋଇଛି। ଏହି ଦୁଇ ଫ୍ଲାଟର ତାଲା କାଟି ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଯାଇଛନ୍ତି। ସିସିଟିଭିରେ ଲୁଟ୍‌ ବେଳର ଦୃଶ୍ୟ କଏଦ ହୋଇଛି। ଘଟଣା ସ୍ଥଳରେ ପିସିଆର୍ ଏବଂ ମଞ୍ଚେଶ୍ୱର୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି, ଗତ ୩୧ରେ ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟରୁ ଲୁଟ୍ ହୋଇଥିଲା। ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଛନ୍ତି। ୩ଟି ଫ୍ଲାଟରୁ ମୋଟ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିଲା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.