ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ ମଙ୍ଗଳାଙ୍କ ଚୈତ୍ର ମାସ ପ୍ରଥମ ପାଳି ଯାତ୍ରା, ରାଜରାଜେସ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’

କାକଟପୁର, ୨୬।୩: ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମା’ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ଦିବସ । ଏହି ଦିନରେ ମା’ ରାଜରାଜେସ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରହ୍ମ ମୁହୂର୍ତ୍ତରୁ ମା’ଙ୍କ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ, ସ୍ନାନ, ମାର୍ଜନା, ମାଇଲମ, ବେଶ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଧାଡ଼ି ଦର୍ଶନରେ ଭକ୍ତ ଆସି ମା’ଙ୍କୁ ନିଜ ଚର୍ମ ଚକ୍ଷୁରେ ଦର୍ଶନ କରୁଛନ୍ତି । କେବଳ ପୁରୀ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମା’ଙ୍କ କୃପା ଭିକ୍ଷା କରିଛନ୍ତି । 

ମଙ୍ଗଳବାର ମଧ୍ୟାହ୍ନରେ ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ମା’ଙ୍କ ନିକଟରେ ଯାଦବ ସମ୍ପ୍ରଦାୟ ଲୋକମାନେ କଉଡ଼ି ଖେଳ ଖେଳି ମନ୍ଦିର ପରିକ୍ରମା କରିବେ । ଏହା ପରେ ଧୋଜସ୍ଥାନର ମାର୍ଜନା କରାଯାଇ ମା’ଙ୍କ ନେତ୍ର ଲଗାଯିବ ବୋଲି ପୂଜାପଣ୍ଡା କହିଛନ୍ତି । ମନ୍ଦିରରେ ମହିଳାମାନେ ବିଶେଷ କରି ପନ୍ଥେଇ ପୂଜା କରିଛନ୍ତି । ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାରର କଲ୍ୟାଣ ପାଇଁ ପନ୍ଥେଇରେ ମା’ ମଙ୍ଗଳାଙ୍କୁ ପୂଜା ସମର୍ପଣ କରିଛନ୍ତି । 

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.