ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଲିଉଡର ଲୋକପ୍ରିୟ ଖଳନାୟକ... ଯାହାଙ୍କ ସହ ଅଭିନୟ କରିବାକୁ ଭୋ ଭୋ ହୋଇ କାନ୍ଦିଥିଲେ ମାଧୁରୀ

ଭୁବନେଶ୍ଵର, ୧୧/୦୪ : ୭୦-୮୦ ଦଶକର ଏଭଳି ଜଣେ ଭିଲେନ୍। ଯାହାଙ୍କ ଅଭିନୟ ପାଇଁ ନିଜ ପିତା ବି କରୁଥିଲେ ଘୃଣା । ତାଙ୍କର ପ୍ରକୃତ ନାଁ ହେଉଛି ଗୋପାଳ ବେଦି। ବଲିଉଡ୍‌ରେ ଫେମସ୍ ଭିଲେନ୍ ଭାବେ ବେଶ୍ ଜଣାଶୁଣା । ଅନସ୍କ୍ରିନରେ ରଞ୍ଜିତ୍‌ ନାମରେ ସେ ବେଶ୍ ଫେମସ୍। ଯାହାଙ୍କ ସହ ଅଭିନୟ ତ ଦୂରର କଥା, ତାଙ୍କ ନାଁ ଶୁଣିଲେ ଆକ୍ଟିଂ କରିବାକୁ ଥରି ଉଠନ୍ତି ହିରୋଇନ୍। ଜଣେ ସଫଳ ଖଳନାୟକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସୃଷ୍ଟି କରିଛନ୍ତି ପରିଚୟ। ଏପରି କି ତାଙ୍କ ସହ କାମ କରିବାକୁ ଦିନେ ସଫା ସଫା ମନା କରି ଦେଇଥିଲେ ଧକ୍ ଧକ୍ ଗାର୍ଲ। ସୁଟିଂ ମଝିରେ ଭୋ ଭୋ ହୋଇ କାନ୍ଦିଥିଲେ ମାଧୁରୀ। ଏକ ସାକ୍ଷାତକାରରେ ନିଜେ ଏହାର ଖୁଲାସା କଲେ ରଞ୍ଜିତ୍ ଓରଫ ଗୋପାଳ ବେଦି। 


ଘଟଣାଟି ହେଉଛି ୧୯୮୯ରେ ଫିଲ୍ମ ପ୍ରେମ ପ୍ରତିଜ୍ଞା ବେଳର। ଫିଲ୍ମ ସେଟ୍‌ରେ ମାଧୁରୀଙ୍କ ସହ ରଞ୍ଜିତ୍‌ଙ୍କର ଥିଲା ନେଗେଟିଭ୍ ରୋଲ୍। ସେତେବେଳେ ମାଧୁରୀ ତାଙ୍କୁ ଡରୁଥିଲେ ବୋଲି ଜାଣିନଥିଲେ ରଞ୍ଜିତ୍। ସ୍ଥିତି ଏଭଳି ହେଲା ଯେ, ମାଧୁରୀ ରଞ୍ଜିତ୍‌ଙ୍କ ନାଁ ଶୁଣି ମେକଅପ୍ ରୁମ୍‌ରେ ଯାଇ କାନ୍ଦିଲେ। ତାଙ୍କୁ ଏତେ ଡର ଲାଗୁଥିଲା ଯେ, ସେ ସୁଟିଂ ମଝିରୁ କାମ କରିବାକୁ ମନା କରିଦେଲେ। ଶେଷରେ ଆକ୍ସନ ନିର୍ଦ୍ଦେଶକ ବୀରୁ ଦେବଗନଙ୍କ ବୁଝାସୁଝା ପରେ ମାଧୁରୀଙ୍କୁ ସୁଟିଂ କରିବାକୁ ହୋଇଥିଲେ ରାଜି। ନିର୍ଦ୍ଦେଶକଙ୍କ ଅନୁସାରେ ହେଲା ନନ୍‌ଷ୍ଟପ୍ ସୁଟିଂ। ଆଉ ସୁଟିଂ ଶେଷ ପରେ ସମସ୍ତେ ଦୌଡ଼ିଲେ ମାଧୁରୀଙ୍କ ପାଖକୁ। ସେ ଠିକ୍ ଅଛନ୍ତି କି ନାହିଁ ପଚାରିଥିଲେ। ମାଧୁରୀ କହିଥିଲେ ଯେ, ରଣଜିତ୍ ମୋ ଦେହରେ ହାତ ଲଗାଇ ନାହାଁନ୍ତି। ସିନ୍ କେତେବେଳେ ସରିଗଲା ମୁଁ ଜାଣି ପାରିଲି ନାହିଁ। ସେପଟେ ରଞ୍ଜିତ୍ କହିଛନ୍ତି କି, ଏହା ତାଙ୍କ ପାଇଁ ବଡ଼ କଥା ଥିଲା। ସେ ବାସ୍ତବରେ ମହିଳାମାନଙ୍କୁ ଖୁବ୍ ସମ୍ମାନ କରନ୍ତି। ଗୋପାଳ ବେଦି ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ସହ ବହୁ ଟିଭି ଏବଂ ପଞ୍ଜାବୀ ଶୋରେ ମଧ୍ୟ କାମ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.