ନୂଆଦିଲ୍ଲୀ,୧୦/୦୯:ମହାରାଷ୍ଟ୍ରରେ ହିଟ୍ ଆଣ୍ଡ ରନ୍ ଘଟଣା । ବିଜେପି ନେତାଙ୍କ ପୁଅର ଅଡି କାର୍ ଧକ୍କାରେ ଦୁଇ ଜଣ ଗୁରୁତର । ଏଥିସହ କାର୍ଟି ଆହୁରି ବହୁ ଗାଡ଼ିକୁ ଧକ୍କା ଦେଇଥିବା ଜଣାଯାଇଛି। ତେବେ ମହାରାଷ୍ଟ୍ରର ନାଗପୁରର ରାମଦାସପେଠରେ ଘଟିଛି ଏହି ଘଟଣା । ତେବେ ଏପରି ଦୁର୍ଘଟଣା ଘଟାଇଥିବା ଯୁବକ ଜଣକ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ପୁଅ ବୋଲି ଜଣାଯାଇଛି। ତେବେ ଏହି ଘଟଣାର ଯାଞ୍ଚ ନିମନ୍ତେ ମହାରାଷ୍ଟ୍ରର ବିଜେପି ଚିଫ ଚନ୍ଦ୍ରଶେଖର ବାବନକୁଲେ ଦାବି କରିଛନ୍ତି।
ସେପଟେ ପୋଲିସ୍ ଏହି ଘଟଣାରେ ଡ୍ରାଇଭର ଓ କାର୍ରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରିଥିଲା। ତେବେ ଗିରଫଦାରୀ ପରେ ଉଭୟଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ,କାର୍ଟି ରବିବାର ବିଳମ୍ବିତ ରାତିରେ ପ୍ରଥମେ ଏକ କାର୍କୁ ଧକ୍କା ଦେଇଥିଲା। ଏହାପରେ ଅଡି କାର୍ଟି ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଯାଉଥିବା ଯାଉଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହାପରେ ଗାଡ଼ିଟି ଆଉ କିଛି ଗାଡିକୁ ଧକ୍କା ଦେଇଥିବା ଜଣାଯାଇଛି। ତେବେ ଏହି ଘଟଣା ପରେ କିଛି ସ୍ଥାନୀୟ ଲୋକେ ଗାଡ଼ିଟିର ପିଛା କରି ଉଭୟ ଚାଳକ ଓ କାର୍ରେ ଥିବା ଅନ୍ୟ ଜଣେ ଯୁବକଙ୍କୁ କାବୁ କରି ପୋଲିସ୍ ଜିମା ଦେଇଛନ୍ତି। ତେବେ ସେମାନଙ୍କ ଜାମିନ ମିଳି ଯାଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।