ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାନ୍ତି କରିବା ବେଳେ ବ୍ୟକ୍ତିଙ୍କ ପାଟିରୁ ବାହାରିଲା ଏକ ଲମ୍ୱା ଜିଆ, ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ ... ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ଭିନ୍ନ ଭିନ୍ନ ପ୍ରକାରର ସମସ୍ୟାକୁ ନେଇ ହସ୍ପିଟାଲ ଯାଉଥିବା ରୋଗୀ ଅନେକ ଥର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି। ନିକଟରେ ଏମିତି ଏକ ସମସ୍ୟା ନେଇ ରୋଗୀ ଯେବେ ହସ୍ପିଟାଲରେ ପହଞ୍ଚିଲେ ତ ତାଙ୍କର ସମସ୍ୟା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ। ତାଙ୍କ ସମସ୍ୟାର ସମାଧାନ ପାଇଁ ଅନେକ ଡାକ୍ତର ତାଙ୍କର ମେଡିକାଲ ଟେଷ୍ଟ କରାଇବା ପୂର୍ବରୁ କିଛି ଏମିତି ହେଲା ଯେ, ଯେଉଁଥିରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। 

କହି ରଖୁଛୁ କି, ପ୍ରଥମେ ବି ପେଟରୁ ଲୁହା ପରି ଜିନିଷ ବା ସୂତା ବଣ୍ଡଲ ଆଦି ମିଳିବା ଘଟଣା ସାମନାକୁ ଆସି ସାରିଛି। ହେଲେ ଏବେ ଘଟିଥିବା ଏହି ଅଜବ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଇଣ୍ଟରନେଟ୍‌ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି।

କଥା କିଛି ଏମିତି କି ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣାର ଅଭିଯୋଗ ନେଇ ହସ୍ପିଟାଲରେ ପହଞ୍ଚି ଥିଲେ , ହେଲେ ଚିକିତ୍ସା ପୂର୍ବରୁ ତାଙ୍କର ବାନ୍ତି ହେବାକୁ ଲାଗିଲା। ଯେମିତି ହିଁ ତାଙ୍କୁ ବାନ୍ତି ହେବା ଆରମ୍ଭ ହେଲା, ତାଙ୍କ ପାଟିରୁ ଏକ ଲମ୍ୱା ଜିଅନ୍ତା ଜିଆ ପୋକ ବାହାରି ଥିଲା। ଏହା ଦେଖି ଡାକ୍ତରଙ୍କ ସମେତ ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଗଲେ। ଯେବେ ତାଙ୍କୁ ପଚରାଗଲା, ସେତେବେଳେ ଜଣାପଡିଲା ଯେ, ସେହି ବ୍ୟକ୍ତି ଶୋଇବା ପୂର୍ବରୁ ଡାକ୍ତର ଦେଇଥିବା କୃମିନାଶକ ଔଷଧ ଖାଇ ଥିଲେ। 

ରାତିରେ ଔଷଧ ଖାଇବା ପରେ ସକାଳେ ଯେବେ ସେ ବାନ୍ତି କରି ଥିଲେ ତ ତାଙ୍କ ପାଟିରୁ ଏକ ଲମ୍ୱା ଜିଅନ୍ତା ପୋକ ବାହାରି ଥିଲା। ଡାକ୍ତରଙ୍କ କହିବାନୁସାରେ, ପାଟିରୁ ପୋକ ବାହାରିଲେ ବି ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ମଧ୍ୟରେ ଏହାସହ ଜଡ଼ିତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଉକ୍ତ ଭିଡ଼ିଓକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଅନେକ କମେଣ୍ଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.