ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ପରଲୋକରେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, ୧୧୭ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

ନୂଆଦିଲ୍ଲୀ ୨୨/୦୮: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ । ଗତ ମଙ୍ଗଳବାର ୧୧୭ ବର୍ଷ ବୟସରେ ସ୍ପେନ୍‌ର ମାରିଆ ବ୍ରାନ୍‌ୟାସ ମୋରେରାଙ୍କର ଦେହାନ୍ତ ହୋଇଛି । ତାଙ୍କ ପରିବାର ଏହି ସୂଚନା ଦେଇଛି । ଆମେରିକାରେ ଜନ୍ମିତ ମୋରେରା ଜୀବନକାଳ ମଧ୍ୟରେ ୨ଟି ବିଶ୍ୱଯୁଦ୍ଧ ଦେଖିଛନ୍ତି । ଫ୍ରାନ୍ସର ନନ୍‌ ଲୁସିଲ ରାନ୍‌ଡନଙ୍କର ୧୧୮ ବର୍ଷ ବୟସରେ ମୃତ୍ୟୁ ହେବା ପରେ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ ୨୦୨୩, ଜାନୁଆରୀରେ ମୋରେରାଙ୍କୁ ଔପଚାରିକ ରୂପେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିର ମାନ୍ୟତା ପ୍ରଦାନ କରିଥିଲା । 

ମୋରେରାଙ୍କ ପରିବାର ଏକ୍ସ ପ୍ଲାଟ୍‌ଫର୍ମରେ ଉଲ୍ଲେଖ କରିଛି ‘ତାଙ୍କ ଇଚ୍ଛା ଅନୁସାରେ ଶୋଇଥିବା ଅବସ୍ଥାରେ ଶାନ୍ତିରେ ଏବଂ ବିନା ଯନ୍ତ୍ରଣାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଉପଦେଶ ଓ କରୁଣା ପାଇଁ ଆମେ ସର୍ବଦା ତାଙ୍କୁ ମନେରଖିବୁ ।’ ମୋରେରା ଗତ ଦୁଇ ଦଶନ୍ଧି ଧରି ନର୍ଥଇଷ୍ଟର୍ନ ଅଞ୍ଚଳରେ ସ୍ଥିତ ଓଲୋଟ୍‌ ନଗରୀର ସାଣ୍ଟା ମାରିଆ ଡେଲ ତୁରା ନର୍ସିଂ ହୋମ୍‌ରେ ରହୁଥିଲେ । ଗତ ସୋମବାର ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ସେ ଦୁର୍ବଳ ଅନୁଭବ କରୁଥିବା କଥା ଜଣାଇଥିଲେ । ସେ ଲେଖିଥିଲେ ‘ସମୟ ପାଖେଇ ଆସିଲାଣି । କାନ୍ଦନାହିଁ । ମୁଁ ଲୁହ ପସନ୍ଦ କରେନାହିଁ । ସର୍ବୋପରି ମୋ ପାଇଁ କଷ୍ଟ ସହ୍ୟ କରନାହିଁ । ମୁଁ ଯୁଆଡ଼େ ଯାଏ, ଖୁସି ହେବି ।’

ପରିବାର ପକ୍ଷରୁ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ୍‌ ପରିଚାଳିତ ହେଉଥିଲା । ମୋରେରାଙ୍କ ଦେହାନ୍ତ ପରେ ଜାପାନର ଟୋମିକୋ ଇଟୁକା ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ହୋଇଛନ୍ତି । ୧୯୦୮ ମସିହା, ମେ ୨୩ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବୟସ ୧୧୬ ବର୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.