ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଅକ୍ଟୋବରକୁ ଘୁଞ୍ଚିବ ଦଶମ ଷାଣ୍ମାସିକ ପରୀକ୍ଷା, ଖୁବ୍‌ଶୀଘ୍ର ​ପ୍ରକାଶ ପାଇବ ବିଜ୍ଞପ୍ତି​‌

କଟକ ୦୫/୦୯: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ (ଅର୍ଦ୍ଧ ବାର୍ଷିକ) ପରୀକ୍ଷା ଚଳିତ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା । 

ଚଳିତ ଶିକ୍ଷାବର୍ଷର  ସିଲାବସ୍‌ ଅନୁସାରେ ପାଠପଢ଼ା ଏଯାଏ ଶେଷ ହୋଇ ପାରିନଥିବାରୁ ରାଜ୍ୟରେ ୫ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ। ପରୀକ୍ଷା ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ମଧ୍ୟ ଦାବି ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି  ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ପରୀକ୍ଷା ଅକ୍ଟୋବରରେ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରୀକ୍ଷା ସୂଚୀ ସମ୍ପର୍କରେ ଖୁବ୍‌ଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.