ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁରକ୍ଷିତ ନୁହେଁ ଆପଣଙ୍କ ଘରକୁ ଆସୁଥିବା କ୍ଷୀର, ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଦାଖଲ ରିପୋର୍ଟ କଲା ଚକିତ

ନୂଆଦିଲ୍ଲୀ,୪।୫: ଦୈନନ୍ଦିନ ଜୀବନରେ ସବୁବେଳେ କ୍ଷୀରର ଆବଶ୍ୟକତା ଖୁବ୍ ଗୁରୁତ୍ବପୂର୍ଣ୍ଣ। ତେବେ ଜାଣନ୍ତି କି ଆପଣଙ୍କ ପାଇଁ କ୍ଷୀର କେତେ ସୁରକ୍ଷିତ ? ଆମେ ଏହି ପ୍ରଶ୍ନ ଏଥିପାଇଁ ପଚାରୁଛୁ, କାରଣ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଛି। ଏହି ରିପୋର୍ଟରେ ଦାବି କରାଯାଉଛି ଯେ,ଯେଉଁ  କ୍ଷୀର ଦିଲ୍ଲୀକୁ ସପ୍ଲାଇ ହେଉଛି, ସେଥିରେ ଅକ୍ସିଟୋସିନର ବ୍ୟବହାର କରାଯାଉଛି। ଏହା ହେଉଛି ସେହି ଔଷଧ, ଯାହାକି କେନ୍ଦ୍ର ସରକାର ୨୦୧୮ ରେ ବ୍ୟାନ୍ କରିସାରିଛନ୍ତି। ସେତେବେଳେ ସରକାର ଦାବି କରିଥିଲେ, କ୍ଷୀର ଉତ୍ପାଦନକୁ ବଢାଇବା ପାଇଁ ଗାଈ ଓ ମଇଁଷୀ ଉପରେ ଏହାକୁ ବ୍ୟବହାର କରୁଛନ୍ତି, ଯାହାଫଳରେ ନା କେବଳ ମଇଁଷୀମାନେ ବଂର ଦୁଗ୍ଧ ସେବନ କରୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପଡୁଛି।

କେନ୍ଦ୍ର ସରକାର ଏପ୍ରିଲ ୨୦୧୮ ରେ ଏହି ଔଷଧ ଉପରେ ଏହା କହି କଟକଣା ଲଗାଇ ଦେଇଛନ୍ତି ଯେ, ଉତ୍ପାଦନ ବଢାଇବା ପାଇଁ କ୍ଷୀର ବିକ୍ରେତା ଗାଈ ଓ ମଇଁଷିଙ୍କ ଉପରେ ଏହାର ଦୁରୁପଯୋଗ କରାଯାଉଛି, ଯାହାଫଳରେ ନା କେବଳ ମଇଁଷିଙ୍କ ସ୍ବାସ୍ଥ୍ୟ ଉପରେ ବଂର ଦୁଗ୍ଧର ସେବନ କରୁଥିବା ମଣିଷର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହାପରେ ଦିଲ୍ଲୀ ହାଇକୋର୍ଟ ଅଧିକାରୀଙ୍କୁ ରାଜଧାନୀରେ ଗାଈ-ମଇଁଷି ରଖିଥିବା ଲୋକ ଅକ୍ସିଟସିନ୍‌ର ଭୁଲ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି, ହର୍ମୋନ ସମ୍ପର୍କିତ ଔଷଧ ଦେବା ପଶୁଙ୍କ କ୍ରୁରତା ଓ ଏକ ଅପରାଧ।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ଔଷଧ ନିୟନ୍ତ୍ରଣ ବିଭାଗରୁ ସାପ୍ତାହିକ ନିରୀକ୍ଷଣ କରିବା ଓ ମାମଲା ରୁଜୁ କରିବାକୁ କହିଛନ୍ତି। ପୋଲିସ ଏହାର ତଦନ୍ତ କରିବ। କୋର୍ଟ ଦିଲ୍ଲୀ ପୋଲିସର ଗୁଇନ୍ଦା ବିଭାଗକୁ ଅକ୍ସିଟକ୍ସିନ୍ ଉତ୍ପାଦନ ପ୍ୟାକେଜିଂ ଓ ବିତରଣର ସ୍ରୋତକୁ ଚିହ୍ନଟ କରିବାକୁ କହିଛନ୍ତି। ଏହା ସହିତ ଏହି ମାମଲାରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.