ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ଲୋ ପଏଜନ୍ ନା ହାର୍ଟ ଆଟାକ୍ ? ମୁଖତାର ଅଂସାରୀର ମୃତ୍ୟୁ କାରଣ ଜାଣିବାକୁ ହେବ ଭିସେରା ଯାଞ୍ଚ

ଲକ୍ଷ୍ନୌ, ୦୧/୦୪: ମାଫିଆ ମୁଖତାର ଅଂସାରୀର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜେଲରେ କୁଆଡ଼େ ମୁଖତାର ଅଂସାରୀକୁ ସ୍ଲୋ ପଏଜନ୍ ଦିଆ ଯାଉଥିଲା । ତେବେ ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ, ମୁଖତାରଙ୍କ ମୃତ୍ୟୁର କାରଣ ହୃଦଘାତ । ଏବେ ମୁଖତାର ଅଂସାରୀଙ୍କ ଭିସେରା ରିପୋର୍ଟ ଯାଞ୍ଚ ପାଇଁ ପଠା ଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ।

ମୁଖତାର ଅଂସାରୀଙ୍କ ପରିବାର ଲୋକ ଧିର ଜହର ଦିଆ ଯାଉଥିବା ଅଭିଯୋଗ ଆଣିଥିଲେ । ଶବ ବ୍ୟବଛେଦ ବେଳେ ଡାକ୍ତର ମୁଖତାର ଅଂସାରୀଙ୍କ ୫ଟି ଅଙ୍ଗର ଭିସେରା ସଂରକ୍ଷିତ ରଖିଥିଲେ । ଯାହାକୁ ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏବେ ପୋଲିସ ଉକ୍ତ ଭିସେରାକୁ ଯାଞ୍ଚ ଲାଗି ଲକ୍ଷ୍ନୌ ଲ୍ୟାବକୁ ପଠାଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୮ରେ ମାଫିଆ ମୁଖତାର ଅଂସାରୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା । ଫଳରେ ତାକୁ ବାନ୍ଦା ମେଡିକାଲ୍ କଲେଜରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା ମୁଖତାର । ସେତେବେଳେ ମୁଖତାର ମୃତ୍ୟୁର କାରଣ ହୃଦଘାତ କୁହା ଯାଇଥିଲା । କିନ୍ତୁ ବିଷ ଦିଆ ଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ଏହା ପରେ ମାର୍ଚ୍ଚ ୨୯ ବିଳମ୍ବିତ ରାତିରେ ମୃତଦେହକୁ ଗାଜିପୁର ସ୍ଥିତ ପୈତୃକ ଘରକୁ ନିଆ ଯାଇଥିଲା । ମାର୍ଚ୍ଚ ୩୦ ସକାଳେ କାଳୀବାଗ କବ୍ରିସ୍ତାନରେ ମୃତଦେହକୁ କବର ଦିଆ ଯାଇଥିଲା । ମୁଖତାର ଅଂସାରୀ ବିରୋଧରେ ପ୍ରାୟ ୬୦ରୁ ଅଧିକ ମାମଲା ରହିଥିଲା । ହତ୍ୟା ଉଦ୍ୟମ, ଅପହରଣ ସହ ଅନ୍ୟ ମାମଲା ରହିଥିଲା । ଯେଉଁଥିଲାଗି ମୁଖତାରକୁ ହୋଇଥିଲା ୮ ବର୍ଷ ଜେଲ୍ ଦଣ୍ଡାଦେଶ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.