ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଇଣ୍ଡିଆନ୍ସକୁ ୨୧୫ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ

Image Courtesy: espncricinfo

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୬୭ ତମ ମ୍ୟାଚ୍‌ରେ ମୁମ୍ବାଇ ବନାମ ଲକ୍ଷ୍ନୌ ଫାଇଟ୍‌ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୧୪ ରନ୍‌ କରିଛି । ଆଜି ନିକୋଲାସ ପୂରନ ବିସ୍ଫୋରକ ୭୫ ରନ୍‌ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେ ୪୧ ବଲ୍‌ରେ ୩ ଛକା ଏବଂ ୩ ଚୌକା ସହ ୫୫ ରନ୍‌ କରିଛନ୍ତି । ଏହା ସହ ମାର୍କସ ଷ୍ଟୋଇନିସ୍‌ ୨୮, ଦୀପକ ହୁଡା ୧୧, ଆୟୁଷ ବାଦୋନି ୨୨ରନ୍‌ ଏବଂ କୃଣାଲ ପାଣ୍ଡ୍ୟା୧୨ ରନ୍‌ କରିଛନ୍ତି । 

 ସେପଟେ ମୁମ୍ବାଇ ଟିମ୍‌ର ନୂଆନ ତୁଷାରା ଏବଂ ପିୟୁଷ ଚାଓ୍ବଲା ଚକତ୍କାର ବୋଲିଂ କରିଛନ୍ତି । ତୁଷାରା ଏବଂ ଚାଓ୍ବଲା ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହା ବ୍ୟତୀତ ଅନ୍ୟମାନେ ଓ୍ବିକେଟ ନେବାରେ ବିଫଳ ହୋଇଛନ୍ତି । ଚଳିତ ସିଜନ୍‌ରେ ପ୍ରଥମ ଥର ପାଇଁ ଅର୍ଜୁନ୍‌ ତେନ୍ଦୁଲକର ବୋଲିଂ କରିଛନ୍ତି । ସେ ୨.୨ ଓଭର ବୋଲିଂ କରି ୨୨ ରନ୍‌ ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ସିଜନ୍‌ରୁ ପ୍ଲେଅଫରୁ ଉଭୟ ମୁମ୍ବାଇ ଏବଂ ଲକ୍ଷ୍ନୌ ବାଦ ପଡ଼ିଛନ୍ତି । ସେହିଭଳି ଆସନ୍ତାକାଲି ଆରସିବି ଏବଂ ଚେନ୍ନାଇ ମଧ୍ୟରେ ମହାସମର ଦେଖିବାକୁ ମିଳିବ । କାରଣ ଏହି ମ୍ୟାଚ୍‌ ପରେ କେଉଁ ଟିମ୍‌ ପ୍ଲେଅଫରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ । ରାଜସ୍ଥାନ, ହାଇଦ୍ରାବାଦ ଏବଂ କୋଲକାତା ପ୍ଲେଅଫରେ ପହଞ୍ଚିସାରିଥିବା ବେଳେ ଆସନ୍ତାକାଲି ଚତୁର୍ଥ ଟିମ୍ର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । ସିଏସକେକୁ ବଡ଼ ରନ୍ କିମ୍ବା ଓଭର ବ୍ୟବଧାନରେ ହରାଇଲେ ଆରସିବି ପ୍ଲେଅଫକୁ ଯିବାର ସମ୍ଭାବନା ରହିଛି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.