ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅକ୍ଷୟ ତୃତୀୟାରୁ ଚନ୍ଦନ ଯାତ୍ରା, ସରୁନି ନରେନ୍ଦ୍ର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ

ପୁରୀ,୨୯/୦୪: ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ  ପ୍ରସିଦ୍ଧ ଚନ୍ଦନଯାତ୍ରା । ପଞ୍ଚମହାଦେବଙ୍କ  ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା  କରିବେ ମହାପ୍ରଭୁ । ଦୀର୍ଘ ୨୧ ଦିନ ଧରି  ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ  କରିବେ । ଏହି ଦୁର୍ଲଭ ଲୀଳାକୁ ଦେଖିବା  ଲାଗି ପ୍ରତ୍ୟେହ ହଜାର ହଜାର ଶ୍ରଦ୍ଧାଳୁଙ୍କ  ସମାଗମ ହେବ । ହେଲେ ଚନ୍ଦନଯାତ୍ରାକୁ  ଆଉ ମାତ୍ର ୧୩ ଦିନ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ  କାର୍ଯ୍ୟ ଶେଷ ହୋଇନାହିଁ । ଏପରିକି  କାର୍ଯ୍ୟ ଶେଷ ହେବ କି ନାହିଁ ତାକୁ ନେଇ  ଆଶଙ୍କା ସୃଷ୍ଟି ହୋଇଛି । କାର୍ଯ୍ୟ ମନ୍ଥର  ଗତିରେ ହେଉଥିବା ଦେଖିବାକୁ ମିଳିଛି ।  

ନରେନ୍ଦ୍ର ସହ ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ  ଓ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର  ପୁନଃରୁଦ୍ଧାର ବା ସୌନ୍ଦର୍ଯ୍ୟକରଣ  ଲାଗି ରାଜ୍ୟ ସରକାର ଅବଢା ଯୋଜନାରେ ୬୬କୋଟି ଟଙ୍କା ମଞ୍ଜୁର  କରିଥିଲେ । ଏପରିକି ନରେନ୍ଦ୍ର ପୁଷ୍କରିଣୀ  ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତବର୍ଷ  ଚନ୍ଦନଯାତ୍ରା ପୂର୍ବରୁ ଶେଷ ହେବ  ବୋଲି ଧାର୍ଯ୍ୟ ହୋଇଥିଲା । ଓଡିଶା  ସେତୁ ଓ ନିର୍ମାଣ ନିଗମ(ଓବିସିସି)  ତତ୍ତ୍ୱାବଧାନରେ ବିଶେଷ ଭାବେ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାଶ୍ୱର୍ରେ ଓ ପାହାଚକୁ  ଖଣ୍ଡୋଲାଇଟ ପଥର ଖଞ୍ଜାଯାଇ ସୁସଜ୍ଜିତ  କରାଯାଉଛି । ସେହିପରି ଚନ୍ଦନ ଚକଡା  ଖୁଣ୍ଟ ଓ ଚକଡାରେ ମଧ୍ୟ ଖଣ୍ଡୋଲାଇଟ  ପଥର କାର୍ଯ୍ୟ ଏବେ ଜାରି ରହିଛି । ଚନ୍ଦନ  ଚକଡାରୁ ପୁଷ୍କରିଣୀର ସଂଯୋଗ କରୁଥିବା  ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ । ସେହିଭଳି  ନରେନ୍ଦ୍ର ପୁଷ୍କରିଣୀର ମୁଖ୍ୟ ସ୍ୱାଗତ  ତୋରଣ କାର୍ଯ୍ୟ ସରିନାହିଁ । 

ପୁଷ୍କରିଣୀର  ଜଳକୁ ବିଶୋଧନ କରାଯାଉନାହିଁ କି  ପଙ୍କୋଦ୍ଧାର କାର୍ଯ୍ୟ ହୋଇନାହିଁ । ନରେନ୍ଦ୍ର  ପୁଷ୍କରିଣୀର ଚତୁଃପାଶ୍ୱର୍କୁ ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ କରାଯିବ ।  ଭୂତଳ କେବୁଲ ବିଛା କାର୍ଯ୍ୟ ଜାରି ରହିଛି ।  ଟାଟା କମ୍ପାନୀ ପକ୍ଷରୁ ନିଯୁକ୍ତ ହୋଇଥିବା  ଠିକାଦାର ଠିକ୍‌ ଭାବେ କାର୍ଯ୍ୟ କରୁନଥିବାରୁ  ଧାର୍ଯ୍ୟ ସମୟରେ ଏହା ଶେଷ ହେବା  ନେଇ ସନ୍ଦେହ ସୃଷ୍ଟି ହୋଇଛି ।  ପୁଷ୍କରିଣୀର ଚତୁଃପାଶ୍ୱର୍ ଅଳିଆ ଆବର୍ଜନା ପଡିରହିଛି । ତାକୁ ମଧ୍ୟ  ନିୟମିତ ପରିଷ୍କାର କରାଯାଉନାହିଁ ।  ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଇଟା,  ଗୋଡ଼ି ଗଦା ହୋଇରହିଛି । ଏସମ୍ପର୍କରେ  ଓଡିଶା ସେତୁ ଓ ନିର୍ମାଣ ନିଗର ବରିଷ୍ଠ  ଅଧିକାରୀ(ଯନ୍ତ୍ରୀ) ସୁନ୍ଦର ମାଧବ ପାଢୀ  କୁହନ୍ତି, ଦାୟିତ୍ୱରେ ରହିଥିବା ଠିକାସଂସ୍ଥାକୁ ତାଗିଦ୍‌ କରାଯାଇଛି ବାକି ରହିଥିବା  ସମସ୍ତ କାର୍ଯ୍ୟ ଅକ୍ଷୟ ତୃତୀୟା ପୂର୍ବରୁ  ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.