ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିମ ଜୋଙ୍ଗ ଉନଙ୍କୁ ସ୍ୱତନ୍ତ୍ର କାର ଉପହାର ଦେଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ମିଳିତ ଜାତିସଂଘର ନିୟମକୁ କଲେ ଉଲ୍ଲଂଘନ…

ନୂଆଦିଲ୍ଲୀ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କୁ ଏକ ସ୍ୱତନ୍ତ୍ର କାର ଉପହାର ଦେଇଛନ୍ତି । ଏହି କାର କିମ ଜୋଙ୍ଗଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ହୋଇଛି । କୁହାଯାଉଛି ଯେ ଏହି ଉପହାର ମିଳିତ ଜାତିସଂଘର ନିୟମର ଉଲ୍ଲଂଘନ । କାରଣ ମିଳିତ ଜାତିସଂଘ ଋଷ ଏବଂ ଉତ୍ତର କୋରିଆ ମଧ୍ୟରେ କୌଣସି ପ୍ରକାର କାରବାର ଉପରେ ପ୍ରତିବନ୍ଧକ ଲଗାଇଛି । କିମଙ୍କ ଭଉଣୀ ପୁଟିନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ଉପହାର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରୁଛି । 

ସରକାରୀ କେସିଏନ୍ଏ ନ୍ୟୁଜ୍ ଏଜେନ୍ସି କହିଛି ଯେ ଋଷରେ ନିର୍ମିତ କାରକୁ ଫେବୃଆରୀ ୧୮ ରେ କିମଙ୍କ ବରିଷ୍ଠ ସହାୟକମାନଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି କାରଟି ଋଷରୁ କିପରି ପଠାଯାଇଥିଲା ତାହା ଉଲ୍ଲେଖ କରାଯାଇ ନାହିଁ । କୁହାଯାଏକି, କିମଙ୍କର ଅଟୋମୋବାଇଲ୍ କ୍ଷେତ୍ରରେ ବହୁତ ଉତ୍ସସାହ ରହିଥାଏ । ତାଙ୍କ ପାଖରେ ବିଳାସପୂର୍ଣ୍ଣ ବିଦେଶୀ ଯାନଗୁଡିକର ଏକ ବୃହତ ସଂଗ୍ରହ ଅଛି ବୋଲି ବିଶ୍ୱାସ କରାଯାଏ । ବିଳାସପୂର୍ଣ୍ଣ କାର ପାଇଁ କିମଙ୍କ ଆଗ୍ରହକୁ ବିଚାର କରି ପୁଟିନ ଏହି ବିଶେଷ ଉପହାର ପଠାଇଛନ୍ତି।

ସୂଚନାଥାଉକି, ଯେ ଗତ ବର୍ଷ ସେପ୍ଟେମ୍ବରରେ କିମ ଜୋଙ୍ଗ ଟ୍ରେନ ଯୋଗେ ଋଷ ଗସ୍ତ କରିଥିଲେ । ଏହି ସମୟରେ କିମ ପୁଟିନଙ୍କ ରାଷ୍ଟ୍ରପତି ଆରସ ସିନେଟ ଲିମୋଜାଇନକୁ ପରିଦର୍ଶନ କରିଥିଲେ । କିମ ଜୋଙ୍ଗ ଋଷ ଗସ୍ତ କରିବା ଦିନ ଠାରୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । 

ୟୁକ୍ରେନ ଯୁଦ୍ଧରେ ବ୍ୟବହାର ପାଇଁ ଉତ୍ତର କୋରିଆ ଋଷକୁ ଆର୍ଟିଲିରି,ରକେଟ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯୋଗାଉଛି ବୋଲି ଜଣାପଡିଛି । ଏହି ସମୟରେ କ୍ରେମଲିନ୍ ଉତ୍ତର କୋରିଆ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ଅସ୍ୱୀକାର କରି ନାହିଁ କିମ୍ବା ନିଶ୍ଚିତ କରିନାହିଁ । ସେପଟେ ଋଷକୁ ଅସ୍ତ୍ର ପଠାଇବା ଅଭିଯୋଗକୁ ଉତ୍ତର କୋରିଆ ଅସ୍ୱୀକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.