ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରାଇଡେ ରିଲିଜ୍‌:୨୦ ହଲ୍‌ରେ ଶୁଭମୁକ୍ତି କରୁଛି ଓଡ଼ିଆ ସିନେମା ‘ଯାଯାବର ୨.୦’, ବଲିଉଡ୍‌ରେ ‘ମାଡ଼ାଗାଓଁ ଏକ୍ସପ୍ରେସ୍‌’, ‘ବୀର ସଭରକର

ଭୁବନେଶ୍ୱର,୨୩/୦୩: ଶୁକ୍ରବାର ସାରା ଓଡ଼ିଶାର ୨୦ ହଲ୍‌ରେ ଶୁଭମୁକ୍ତି କରୁଛି ଓଡ଼ିଆ ଚଳଚ୍ଚିତ୍ର  ‘ଯାଯାବର ୨.୦’ । ଓଟିଟି ପ୍ଲାଟ୍‌ଫର୍ମ  ଆଓ ନେକ୍ସଟ୍‌ ପ୍ରଯୋଜିତ ଓ ଜାଗ୍ରନ  ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ  ଏହି ଚଳଚ୍ଚିତ୍ରର କାହାଣୀ ଦୁଇ  ଜଣ ଅପରିଚିତ ବ୍ୟକ୍ତିଙ୍କୁ ନେଇ । ଉଭୟେ ଏକ ଅପ୍ରତ୍ୟାଶିତ ପରିସ୍ଥିତି  ମଧ୍ୟରେ ଭେଟ ହୁଅନ୍ତି । ସେମାନଙ୍କର  ଅପରାଧିକ ଅତୀତ ବିଷୟରେ କଥା  ହୁଅନ୍ତି । ସେମାନଙ୍କ ମଧ୍ୟରୁ ଜଣେ  ଅପରାଧ ଦୁନିଆର ହଜିଯାଏ ହେଲେ  ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ ।  ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ  ଟାଇମ୍‌ କଣ୍ଟ୍ରାକ୍ଟ କିଲର୍‌ ଜଗତର ।  ଜଗତ, ସତ୍ୟବ୍ରତ ପାଇଁ ଗାଡ଼ି ଚଳାନ୍ତି ।  ନିଜର ଅତ୍ୟଧିକ ଦୋଷ ଅନୁଭବ  କରି, ଜଗତକୁ ନିଜର ଜୀବନସାରାର  ସଞ୍ଚୟ ଦେଇ ତାକୁ ନିଜର ଜୀବନ  ହରାଇବାକୁ ସତ୍ୟବ୍ରତ କୁହନ୍ତି,  ଯେତେବେଳେ ଜଗତ ପାର୍ଟ ଟାଇମ୍‌  ବେଶ୍ୟା, ବାର୍‌ ନୃତ୍ୟଶିଳ୍ପୀ ଓ ଗାୟିକା  ମାନିନୀଙ୍କୁ ଭେଟିଲା ପରେ ସବୁକିଛି  ବଦଳିଯାଏ । ତେବେ ଆଗକୁ କଣ  ହେବ? ଏମିତି ଏକ ରହସ୍ୟରେ  ଭରପୂର କାହାଣୀ ହେଉଛି ‘ଯାଯାବର  ୨.୦’ ।  

କୌଶିକ ଦାସ ଏବଂ ରାମ  ପଟ୍ଟନାୟକଙ୍କ ପ୍ରଯୋଜିତ ଏହି  ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ  ପ୍ରସନ୍ନଜିତ ମହାପାତ୍ର, ଦେବେଶ  ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି.ଏମ୍‌.  ବୈଶାଳୀ, ଚୌଧୁରୀ ବିକାଶ ଦାସ,  ଶ୍ୱେତା ଆଚାର୍ଯ୍ୟ, ମାନସ ରଞ୍ଜନ  ମୁଦୁଲି ପ୍ରମୁଖ ଅଭିନୟ କରିଛନ୍ତି ।  ଅଭିଷେକ ଦାସଙ୍କ ଲିଖିତ ଏହି ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ  ସ୍ୱାଇଁ । ସିନେମାର ସହ ଓଡ଼ିଆ  ସିନେମାର ଏକ ସଂଯୋଗ କି ପୂର୍ବରୁ  ଦର୍ଶକ ଶ୍ରୀରାମ ପଣ୍ଡାଙ୍କ ‘ଯାଯାବର’  ଦେଖିଥିଲେ । କିନ୍ତୁ ଏଥିରେ ଆଉ କ’ଣ  ରହିଛି, ତାହା ସବୁଠୁ ବଡ଼ ସସ୍‌ପେନ୍ସ  ଦର୍ଶକଙ୍କ ଲାଗି ବୋଲି ମିଡିଆ ପ୍ଲାନର୍‌  କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ  କହିଛନ୍ତି । ରାଜଧାନୀ ଭୁବନେଶ୍ୱର  ସ୍ୱାତୀରେ ଦିନ ୨ଟାରେ ସିନେମାର  ପ୍ରିମିୟର ଅନୁଷ୍ଠିତ ହେଉଛି । 

ଏହା ସହ ବଲିଉଡ୍‌ରେ ମୁକ୍ତିଲାଭ  କରୁଛି କୁନାଲ ଖେମୁଙ୍କ ନିର୍ଦ୍ଦେଶିତ  ‘ମାଡଗାଓଁ ଏକ୍ସପ୍ରେସ୍‌’ ଏବଂ ରଣଦୀପ  ହୁଡ଼ାଙ୍କ ନିର୍ଦ୍ଦେଶିତ ଓ ଅଭିନୀତ  ‘ସ୍ୱାତନ୍ତ୍ର‌୍ୟ ବୀର ସଭରକର’ । ଏହି  ଦୁଇ ସିନେମାକୁ ବି ଭୁବନେଶ୍ୱରର  ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକ  ଦେଖିବାର ସୁଯୋଗ ପାଇବେ । କିନ୍ତୁ  ଓଡ଼ିଆରେ ଏକମାତ୍ର ସିନେମା ଭାବେ ଶୁକ୍ରବାର ‘ଯାଯାବର ୨.୦’ ରିଲିଜ୍‌  ହେଉଛି । ବାକି ଟେକ୍ନିକାଲ୍‌ ସମସ୍ୟା ଲାଗି ‘ବିଗୁଲ୍‌’ ୨୨ ପରିବର୍ତ୍ତେ ୨୪  ତାରିଖକୁ ଘୁଞ୍ଚିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.