ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପ୍ରଚାର ପାଇଁ ବିଜେପିର ମେଗା ପ୍ଲାନ୍‌: ୟୁପିରୁ ଆସିବ ୧୪୭ ହାଇଟେକ୍‌ ଗାଡ଼ି, ୪ ଥର ରାଜ୍ୟକୁ ଆସିପାରନ୍ତି ମୋଦି

ଭୁବନେଶ୍ୱର,୦୪/୦୪:  ନିର୍ବାଚନ ପାଇଁ ସବୁ ଦଳ ପ୍ରାର୍ଥୀ  ଘୋଷଣା କରୁଛନ୍ତି । ବିଜେପି  ଆଗୁଆ ହୋଇ ସବୁ ଲୋକସଭା  ଆସନ ପାଇଁ ଯୋଦ୍ଧା ଦେଇ ସାରିଛି । ୧୧୨ ବିଧାନସଭା ଆସନରେ ଲଢ଼େଇ  ପାଇଁ ବି ଯୋଦ୍ଧା ତୟାର । ଏବେ ସବୁ ପ୍ରାର୍ଥୀ ପ୍ରଚାରମୁହାଁ । ପ୍ରଚାର ଜରିଆରେ ଲୋକଙ୍କ ମନ ଜିଣି ଭୋଟ୍‌ ହାତେଇବାକୁ ଏବେଠାରୁ ଯୋଜନା  ହେଲାଣି । ଏଥର ହାଇଟେକ୍‌ ପ୍ରଚାର କରି ଶାସକ ବିଜେଡିକୁ ଚକ୍‌ମା ଦେବାକୁ ରଣନୀତି ହୋଇଛି । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ରୁ ୮ଟି ବିଶାଳ ସଭା କରି ନିଜ ସପକ୍ଷରେ ଭୋଟ୍‌ ହାୱା  ବୁହାଇବାକୁ ମେଗା ପ୍ଲାନ୍‌ ହୋଇଛି ।  ଉତ୍ତରପ୍ରଦେଶରେ ସ୍ୱତନ୍ତ୍ର ଭାବେ ତିଆରି  ହୋଇଥିବା ହାଇଟେକ୍‌ ପ୍ରଚାର ଗାଡ଼ି ଆଣି ରାଜ୍ୟରେ ବୁଲାଇବ ବିଜେପି। 

ରାଜ୍ୟରେ ୪ଟି ପର୍ଯ୍ୟାୟରେ  ନିର୍ବାଚନ ହେବ । ମେ ୧୩ରେ  କଳାହାଣ୍ଡି, କୋରାପୁଟ ନବରଙ୍ଗପୁର  ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହିତ ଏହା ଅଧୀନରେ ଥିବା ବିଧାନସଭା  ଆସନରେ ଭୋଟ୍‌ ହେବ । ମେ ୨୦ରେ  ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଓ ସମସ୍ତ ବିଧାନସଭା  ଆସନରେ ନିର୍ବାଚନ ହେବ । ମେ ୨୫ରେ ପୁରୀ, ଭୁବନେଶ୍ୱର, କଟକ,  କେନ୍ଦୁଝର, ସମ୍ବଲପୁର, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ  ବିଧାନସଭାରେ ଭୋଟ୍‌ ହେବ । ଜୁନ୍‌  ୧ରେ ମୟୂରଭଞ୍ଜ, ବାଲେଶ୍ୱର,  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଏହା ଅନ୍ତର୍ଗତ  ବିଧାନସଭାରେ ଭୋଟ୍‌ ପଡ଼ିବ । ୪ଟି  ପର୍ଯ୍ୟାୟରେ ହେବାକୁ ଥିବା ବିଭିନ୍ନ  ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ  ମୋଦିଙ୍କ ନିର୍ବାଚନୀ ସଭା ହେବ ।  କ୍ଲଷ୍ଟର ୱାରି ସଭା କରିବାକୁ ଯୋଜନା  ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧିକ ସଭା  କରିବାକୁ ଆମେ କେନ୍ଦ୍ରୀୟ ଅଫିସ୍‌କୁ  ଅନୁରୋଧ କରିଛୁ । କିନ୍ତୁ କେନ୍ଦ୍ରୀୟ  ଅଫିସ୍‌ ଏହା ଉପରେ ନିଷ୍ପତ୍ତି ନେବ  ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । 

ସେହିଭଳି ନଡ୍ଡା, ଶାହ, ଯୋଗୀ,  ଗଡ଼କରୀ, ରାଜନାଥ, ସ୍ମୃତି ଇରାନୀଙ୍କ  ସହିତ ବିଜେପିର ଅନେକ ମୁଖ୍ୟମନ୍ତ୍ରୀଙ୍କୁ  ଓଡ଼ିଶା ଆଣିବାକୁ ଯୋଜନା ହୋଇଥିବା  ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର  କହିଛନ୍ତି । କେବଳ ସଂସଦୀୟ କ୍ଷେତ୍ର  ପାଇଁ ନୁହେଁ, ବିଧାନସଭା ଆସନକୁ ଫୋକସ୍‌ କରି କେନ୍ଦ୍ରୀୟନେତାଙ୍କ ସଭା କରାଯିବ ବୋଲି ସେ କହିଛନ୍ତି । ବିଜେପି  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ବିଶାଳ ସଭା ଆୟୋଜନ ହେବ । ଏଥିରେ  ଅନେକ ବଡ଼ ବଡ଼ ଶୀର୍ଷ ନେତା ଯୋଗ ଦେବେ । କେନ୍ଦ୍ରୀୟ  ନେତାଙ୍କୁ ନେଇ ମୋଟ ୫୦ଟି ସଭା କରାଯିବ । 

ରାଜ୍ୟ  ନେତାମାନେ ବି ମାରାଥନ୍‌ ସଭା କରିବେ । ବଡ଼ ସଭା  ସମେତ ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର ଓ ପୁରୀ ଭଳି  କିଛି ସ୍ଥାନରେ ମୋଦିଙ୍କ ରୋଡ୍‌ ସୋ କରିବାକୁ ଯୋଜନା  କରୁଛି ଦଳ । ବଡ଼ ସଭାକୁ ଛାଡ଼ି ପଥପ୍ରାନ୍ତ ସଭା କରାଯିବ ।  ପୁଣି ସବୁ ବିଧାନସଭା ଆସନରେ ୟୁପିରୁ ଆସିଥିବା ସ୍ୱତନ୍ତ୍ର  ପ୍ରଚାର ଗାଡ଼ି ବୁଲିବ । ଏହି ଗାଡ଼ିରେ ଏଲ୍‌ଇଡ଼ି ସ୍କ୍ରିନ୍‌,  ପଥପ୍ରାନ୍ତ ସଭା ପାଇଁ ସବୁ ସରଞ୍ଜାମ ସହିତ ବ୍ୟାଟେରୀ ବ୍ୟାକଅପ୍‌ ଓ ଲାଇଭ୍‌ ଭିଡିଓ ପ୍ରଦର୍ଶନର ସୁବିଧା ରହିଛି ।  ସବୁଠୁ କୌତୂହଳ କଥା ହେଉଛି ବିଜେପି ୟୁପିରୁ ପ୍ରଚାର  ଗାଡ଼ି ଆଣୁଥିବାବେଳେ ଏହି ସମାନ ଭେଣ୍ଡରଠାରୁ ବିଜେଡି  ବି ପ୍ରଚାର ଗାଡ଼ି ଆଣିବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.