ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେବେ ୧୭ ହଜାର ପୋଲିସ ଫୋର୍ସ

ଭୁବନେଶ୍ୱର,୧୨/୦୫: ସୋମବାର ଓଡ଼ିଶାରେ ପ୍ରଥମ  ପର୍ଯ୍ୟାୟ ମତଦାନ ହେବ । କଳାହାଣ୍ଡି,  କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା  ୨୮ଟି ବିଧାନସଭା ଆସନରେ ମତଦାତା  ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ ।  ଚାରି ଲୋକସଭା ଆସନ ପାଇଁ  ଲଢ଼େଇରେ ଅଛନ୍ତି ୩୭ ପ୍ରାର୍ଥୀ  । ୨୮  ବିଧାନସଭା କ୍ଷେତ୍ରରେ ୨୪୩ ପ୍ରାର୍ଥୀ ନିଜ  ଭାଗ୍ୟ ପରୀକ୍ଷା କରିବେ । ଭୋଟ ଦେବେ ମୋଟ ୬୨ ଲକ୍ଷ ୮୭ ହଜାର ମତଦାତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  ଏନେଇ ଓଡ଼ିଶା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଡିଜିଙ୍କ ସୂଚନା ମୁତାବିକ,  ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ଭୋଟ ହେବ। ୯ ଟି ଜିଲ୍ଲାରେ ଥିବା ୭ ହଜାର ୨୯୮ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୩୭ ଟି ମାଓବାଦୀ ଅଞ୍ଚଳ ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ରହିବେ । ଏହି ୯ ଟି ଜିଲ୍ଲାରେ ୬ ଶହ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ କୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଟି ଜିଲ୍ଲା ରେ ଥିବା ୫୧ ଟି ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । 

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୧୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୯ ଟି ଜିଲ୍ଲାରେ ୧୫ ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି। ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ତୟାର ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି। ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ୩୯ ହଜାର ପ୍ରୋସିଡୀଂ ଜରିଆରେ ୪୭ ହଜାର ଲୋକଙ୍କ ଠାରୁ ବଣ୍ଡ ନିଆଯାଇଛି।  ୭ ଜଣଙ୍କୁ NSA ରେ ବୁକ କରାଯାଇଛି। ୨୩୯ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । ୩ ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ୪ ଲକ୍ଷ ୫୦ ହଜାର ଲିଟର ମଦ ଜବତ କରାଯାଇଛି।  ୨୨ ହଜାର NDPS କେସ ହୋଇଛି। ୭ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ସାଢ଼େ ୪ କେଜି ବ୍ରାଉନସୁଗର କରାଯାଇଛି । ୩୬୫୦ ଲିଟର କଫସିରଫ କରାଯାଇଛି । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସାରା ରାଜ୍ୟରେ ୧୯ ଟି ନିର୍ବାଚନ ସମ୍ବନ୍ଧୀୟ କେସ ରୁଜୁ ହୋଇଥିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.