ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମ ପାଇଁ ଜୀବନ ହାରିଛନ୍ତି ୨୭ ଜଣ, ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ୮୮% କମିଛି

ଭୁବନେଶ୍ୱର, ୬।୧୨: ଲମ୍ଫ ମାରିଛି ଗୃହିଣୀଙ୍କ ଆତ୍ମହତ୍ୟା । ବର୍ଷକରେ ବଢ଼ଛି ୭ଗୁଣା । ୩୭୭ରୁ ସଂଖ୍ୟା ପହଞ୍ଚିଛି ୨,୬୯୧ । ଓଡ଼ିଶାରେ ଗୃହିଣୀଙ୍କ ଆତ୍ମହତ୍ୟାର ଏତେ ବଡ଼ ସଂଖ୍ୟା ସମସ୍ତଙ୍କୁ ତାଜୁବ କରିଛି । ନ୍ୟାସନାଲ କ୍ରାଇମ୍‌ ରେର୍କଡ ଅଫ୍‌ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟର ଏହି ତଥ୍ୟ ସମାଜ ବିଜ୍ଞାନୀଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଚାପ ନେଉଛି ଜୀବନ । ପରିବାରର ମାନସିକ ଚାପ ଯେତିକି ବଢ଼ୁଛି, ଗୃହିଣୀଙ୍କ ଆତ୍ମହତ୍ୟା ସେହି ତୁଳନାରେ ବଢ଼ିଚାଲିଛି । ଯାହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି ଏନ୍‌ସିଆରବି ତଥ୍ୟରେ । ରିପୋର୍ଟ କହୁଛି, ସାରା ଦେଶରେ ଗୃହିଣୀଙ୍କ ଆତ୍ମହତ୍ୟା ସଂଖ୍ୟାରେ ଓଡ଼ିଶାର ସ୍ଥାନ ୪ । ଏହା ଉପରେ ଅଛନ୍ତି ତାମିଲନାଡୁ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଢେର ତଳେ ଅଛନ୍ତି । ଗୃହିଣୀ ଆତ୍ମହତ୍ୟାରେ ପ୍ରଥମ ସ୍ଥାନ ଗ୍ରହଣ କରିଛି ତାମିଲନାଡୁ । ଏହି ରାଜ୍ୟରେ ୩୦୯୩ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । 

ଦ୍ୱିତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରରେ ୨୬୯୧ ଜଣ । ୨୦୨୧ ରିପୋର୍ଟରେ ରାଜ୍ୟରେ ମୋଟ୍‌ ୫୬୫୧ ଜଣ ଆତ୍ମହତ୍ୟା କରିଥିଲେ । ହେଲେ ୨୦୨୨ରେ ୬୧୪୦ ଜଣ ଆତ୍ମହତ୍ୟା କରିଛନ୍ତି । ଏଥି ମଧ୍ୟରୁ ୨୬୯୧ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । ଚାକିରି ନ ପାଇ ୨୦୨୨ରେ ୬୧୫ ଜଣ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ୫୨୭ ଜଣ ପୁରୁଷ ଥିବା ବେଳେ ୮୮ ଜଣ ମହିଳା । ୨୦୨୧ରେ ୬୧୮ ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ ୫୬୪ ଜଣ ପୁରୁଷ ଓ ୫୪ ଜଣ ମହିଳା ଥିଲେ । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପୂର୍ବ ବର୍ଷ ତୁଳନାରେ ବହୁ ମାତ୍ରାରେ କମିଛି । ୨୦୨୧ରେ ମୋଟ୍‌ ୮୩୪ ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରୁ ୬୯୭ ଜଣ ଛାତ୍ର ଓ ୧୩୭ ଜଣ ଛାତ୍ରୀ ଥିଲେ । କରୋନା ପାଇଁ ପାଠ ବିଭ୍ରାଟ ଯୋଗୁଁ ପରୀକ୍ଷା ଫଳ ଖରାପ କରି ବହୁ ପିଲା ଆତ୍ମହତ୍ୟାର ପଥ ବାଛିନେଇଥିଲେ । 

କରୋନା ପରେ ସାମାଜିକ ପରିସ୍ଥିତିରେ ପରିବର୍ତ୍ତନ ଆସି ଚାପ କମିବାରୁ ଆତ୍ମହତ୍ୟା ସଂଖ୍ୟା ମଧ୍ୟ କମିଥିବା କୁହାଯାଉଛି । ୨୦୨୨ରେ ମାତ୍ର ୧୦୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ଛାତ୍ର ଓ ୫୬ ଜଣ ଛାତ୍ରୀ ଥିଲେ । ପ୍ରେମ ପାଇଁ ମଧ୍ୟ ଆତ୍ମହତ୍ୟା ସଂଖ୍ୟା କମିଛି । ୨୦୨୧ରେ ପ୍ରେମ ପାଇଁ ୭୦ ଜଣ ଯୁବକ ଓ ୬୨ ଜଣ ଯୁବତୀ ଆତ୍ମହତ୍ୟା କରିଥିଲେ । ହେଲେ ୨୦୨୨ରେ ଏହି ସଂଖ୍ୟା ମାତ୍ର ୨୭ରେ ଅଟକିଥିଲା । ପ୍ରେମ ପାଇଁ ୨୫ ଜଣ ଯୁବକ ଓ ମାତ୍ର ୨ ଜଣ ଯୁବତୀ ଆତ୍ମହତ୍ୟା କରିଥିଲେ । ଯାହା ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.