ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' କୁ ନେଇ ତତ୍ପର କମିଟି; ଆଇନ ମନ୍ତ୍ରାଳୟର ଅଧିକାରୀ ମାନେ ରାମନାଥ କୋବିନ୍ଦଙ୍କ ସହିତ କଲେ ସାକ୍ଷାତ

ନୂଆଦିଲ୍ଲୀ,୦୩/୦୯: 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଶିର୍ଷରେ ପହଞ୍ଚିଛି। ଏହାରି ଭିତରେ ଆଇନ ମନ୍ତ୍ରାଳୟର ପ୍ରମୁଖ ଅଧିକାରୀମାନେ ରବିବାର (ସେପ୍ଟେମ୍ବର ୩ ତାରିଖ) ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। କୋବିନ୍ଦ ଲୋକସଭା, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଠିତ ଉଚ୍ଚ ସ୍ତରୀୟ କମିଟିର ସଭାପତି ଅଟନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆଇନ ସଚିବ ନିତେନ ଚନ୍ଦ୍ରା, ବିଧାନସଭା ସଚିବ ରୀତା ବଶିଷ୍ଠ ଏବଂ ଅନ୍ୟ ଅଧିକାରୀମାନେ କୋବିନ୍ଦଙ୍କୁ କହିଛନ୍ତି ଯେ, ସେମାନେ କମିଟି ଆଗରେ କିପରି କାର୍ଯ୍ୟ କରିବେ। ନିତେନ ଚନ୍ଦ୍ର ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ସଚିବ ଏବଂ ରୀତା ବଶିଷ୍ଠଙ୍କ ବିଭାଗ ନିର୍ବାଚନ ପ୍ରସଙ୍ଗ, ଲୋକ ପ୍ରତିନିଧୀ ଆଇନ ଏବଂ ଆନୁଷଙ୍ଗିକ ନିୟମ ସହିତ କାର୍ଯ୍ୟ କରୁଛି।

'ଗୋଟିଏ ରାଷ୍ଟ୍ରଗୋଟିଏ ନିର୍ବାଚନକୁ ନେଇ ଗଠିତ କମିଟି:

ଲୋକସଭା, ରାଜ୍ୟସଭା, ପୌରସଂସ୍ଥା ଏବଂ ପଞ୍ଚାୟତ ପାଇଁ ଏକକାଳୀନ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷତା କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ବିରୋଧୀ ଦଳର ପୂର୍ବତନ ରାଜ୍ୟ ନେତା ଗୁଲାମ ନବୀ ଆଜାଦ ଏବଂ ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ ସଦସ୍ୟ ରହିବେ।

କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହି କମିଟିରେ ଯୋଗଦେବାକୁ ମନା କରି ଦେଇଛନ୍ତି। ଏହି କମିଟିରେ ସାମିଲ ନହେବା କାରଣରୁ ସେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ନିର୍ବାଚନ ହେବାକୁ ଯାଉଥିବା ବେଳେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ଉପରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏଥି ସହିତ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି।

କେଉଁ କାମ କରିବ କମିଟି: 

ଏହି କମିଟି ଅନାସ୍ଥା ପ୍ରସ୍ତାବ, ଦଳ-ବଦଳ ଆଇନ ଏବଂ ଲୋକସଭାର ପରିସ୍ଥିତିକୁ ବିଶ୍ଳେଷଣ କରିବ ଏବଂ ସେହି ଅନୁଯାୟୀ ଏହା ପରାମର୍ଶ ଦେବ। ଏହା ବ୍ୟତୀତ କମିଟି ଲୋକସଭା, ବିଧାନସଭା, ପୌରସଂସ୍ଥା ଏବଂ ପଞ୍ଚାୟତକୁ ଏକକାଳୀନ ନିର୍ବାଚନ କରିବାର ସମ୍ଭାବନା ଉପରେ ବିଚାର କରିବ ଏବଂ ସୁପାରିଶ କରିବ। ବର୍ତ୍ତମାନ କମିଟିର କାର୍ଯ୍ୟକାଳ କେତେ ହେବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ତେବେ କମିଟି ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

You can also read: 

ଦୁନିଆର ସବୁଠାରୁ ବଡ଼ ଗୁମ୍ଫା, ଭିତରେ ତିଆରି ହୋଇପାରିବ ୪୦ ମହଲାର ବିଲ୍ଡିଂ



 

 

 

 

Copyright © 2022 - Summa Real Media Private Limited. All Rights Reserved.