ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌, ୭ ମୃତ; କଡ଼ା ପ୍ରତିକ୍ରିୟା ପ୍ରକାଶ କଲା ତାଲିବାନ

ଇସ୍ଲାମାବାଦ: ତାଲିବାନ ଶାସନାଧୀନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ପାକିସ୍ତାନର ଏହି ଆକ୍ରମଣରେ ୭ ଜଣ ତାଲିବାନୀଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଆଫଗାନିସ୍ତାନ ଭିତରେ ପଶି ଦୁଇଟି ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି । ଆଫଗାନିସ୍ତାନରେ ଥିବା ତେହରିକ-ଏ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିଛି ପାକିସ୍ତାନ । ଏହି ଏୟାର ଷ୍ଟ୍ରାଇକ୍‌ ପାକିସ୍ତାନର ସୀମାକୁ ଲାଗି ଥିବା ଖୋସ୍ତ ଏବଂ ପକ୍ତିତା କ୍ଷେତ୍ରରେ ଥିବା ଦୁଇଟି ଭିନ୍ନ ଠିକଣା ଉପରେ କରାଯାଇଛି । 

 ସ୍ଥାନୀୟ ଗଣମାଧ୍ୟମ ଖୁରାସାନର ରିପୋର୍ଟ ଅନୁସାରେ, ପକ୍ତିତାରେ ଥିବା ତାଲିବାନ କମାଣ୍ଡର ଅବ୍ଦୁଲ୍ଲା ଶାହର ଠିକଣା ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଅବ୍ଦୁଲ୍ଲାର ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଏୟାର ଷ୍ଟ୍ରାଇକରେ ୭ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ପାକିସ୍ତାନ ଦାବି କରୁଥିବା ବେଳେ ତାଲିବାନ କିନ୍ତୁ ପାଲଟା ଅଭିଯୋଗ କରିଛି । ପାକ ସେନାଙ୍କ ଆକ୍ରମଣରେ ୩ ଶିଶୁ ଏବଂ ୫ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ତାଲିବାନ ସରକାର ଦାବି କରିଛନ୍ତି । 

 ୭ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହେବାର ଦୁଇ ଦିନ ପରେ ଆଫଗାନିସ୍ତାନରେ ଏହି ଏୟାର ଷ୍ଟ୍ରାଇକ୍‌ କରିଛି ପାକ ସେନା । ଅନ୍ୟପକ୍ଷରେ ଦେଶରେ ସୀମାରେ ହିଁ ଏୟାର ଷ୍ଟ୍ରାଇକ କରାଯାଇଛି ଏବଂ ୮ ଆତଙ୍କବାଦୀ ନିହତ ହୋଇଥିବା ନେଇ ପାକ୍‌ ସେନା ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧୬ରେ ସେନା ଉପରେ ଆକ୍ରମଣ କରିବା ପଛରେ ଏହି ଆତଙ୍କବାଦୀଙ୍କ ହାତ ଥିଲା ବୋଲି କହିଛି ପାକ ସେନା । 

ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ ପରେ ଆଫଗାନିସ୍ତାନର ତାଲିବାନ ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁପରପାଓ୍ବାର ସହ ଲଢ଼ିବାର ଆମ ପାଖରେ ଅନୁଭବ ରହିଛି । ନିଜ କ୍ଷେତ୍ରରେ ଆକ୍ରମଣ ପାଇଁ ଆମେ କାହାକୁ ଅନୁମତି ଦେଇପାରିବୁ ନାହିଁ ବୋଲି ତାଲିବାନ ସରକାରଙ୍କ ମୁଖପାତ୍ର କହିଛନ୍ତି । ୨୦୨୧ରୁ କାବୁଲ କବଜା କରିବା ପରଠାରୁ ତାଲିବାନ ସରକାର ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । 

 

  • Pakistan
  • Afghanistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.