ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆପଣଙ୍କ ପିଲା ଯଦି ଜିଦିଆ, ଜାଣନ୍ତୁ କିପରି କରିପାରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ୦୯/୧୧: କିଛି ପିଲା ଖୁବ୍‌ ଜିଦିଆ ହୋଇଥାନ୍ତି । ସେମାନେ ଥରେ ଜିଦି ଆରମ୍ଭ କଲେ ବାପାମା’ଙ୍କୁ ନିଜ କଥା ମନାଇବା ପରେ ହିଁ ଜିଦି ଛାଡ଼ିଥାନ୍ତି । ଏହାଦ୍ୱାରା ପିଲାର ପ୍ରକୃତି କ୍ରମଶଃ ସେମିତି ହୋଇଚାଲେ, ଯାହା ପିଲାର  ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯଥାସମ୍ଭବ  ପିଲାକୁ ଛୋଟ ବେଳୁ ହିଁ ବିଗିଡିବାକୁ ଦିଅନ୍ତୁନି । ନଚେତ୍‌ ପିଲାର ସ୍ୱଭାବ ଧୀରେ ଧୀରେ ଘରେ ବାହାରେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣଙ୍କ ପିଲା ବି ଜିଦିଆ  ହୋଇଥାଏ, ତେବେ ଏହାକୁ ଏମିତି କରିପାରିବେ ନିୟନ୍ତ୍ରଣ ।  

 > ବୁଝିବାକୁ ପ୍ରୟାସ କରନ୍ତୁ ଯେତେବେଳେ ପିଲା କୌଣସି ଜିନିଷକୁ ନେଇ ଜିଦି  କରିଥାଏ, ସେତେବେଳେ ତାକୁ ଗାଳି ଦେବା କିମ୍ବା  ମାଡ଼ ଦେବା ପରିବର୍ତ୍ତେ ତା’ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ । ପରେ ପିଲାକୁ ବୁଝିପାରୁଥିବା ଶୈଳୀରେ ହିଁ ବୁଝାଇବାକୁ ପ୍ରୟାସ କରନ୍ତୁ ।   

> କାନ୍ଦିବାକୁ ଦିଅନ୍ତୁ ଯଦି ପିଲା କୌଣସି ଜିଦି ପୂରଣ କରିବା ପାଇଁ କାନ୍ଦିବା ବା  ଚିତ୍କାରକୁ ମାଧ୍ୟମ କରୁଥାଏ, ତେବେ ତାକୁ କାନ୍ଦିବାକୁ  ଓ ଚିତ୍କାର କରିବାକୁ ଦିଅନ୍ତୁ । ନିଜକୁ ରାଗ ଲାଗିଲେ  ମଧ୍ୟ ସମ୍ଭାଳି ନିଅନ୍ତୁ । ତଥାପି ପିଲାକୁ କାନ୍ଦିବାକୁ  ଦିଅନ୍ତୁ । ଫଳରେ ପିଲା ବୁଝିଯିବ ଯେ ତା’ ଜିଦିର  କୌଣସି ପ୍ରଭାବ ଆପଣଙ୍କ ଉପରେ ପଡୁନାହିଁ ।  ତେଣୁ ସେ ଶାନ୍ତ ହୋଇଯିବ । ଏପରିକି ପରବର୍ତ୍ତୀ  ସମୟରେ ଏଭଳି କାନ୍ଦିବା ବା ଚିତ୍କାର କରିବା  ଭଳି ଆଚରଣ କରିବାଠାରୁ ଦୂରେଇ ରହିବ ।

>ଜିଦି ନ ମାନିବାର କାରଣ ଜଣାନ୍ତୁ ପିଲା ଯଦି କୌଣସି ଜିନିଷକୁ ନେଇ ଜିଦି କରୁଛି କିନ୍ତୁ  ସେ ଜିନିଷ ତା’ର ଦରକାରୀ ନୁହେଁ । ତେବେ ତାକୁ ସେ ବିଷୟରେ ଜଣାନ୍ତୁ ଯେ ସେହି ଜିନିଷ କ’ଣ ପାଇଁ ଦେବେନାହିଁ ।  

> ଅଣଦେଖା କରନ୍ତୁ ପିଲା ଯଦି ତା’ କଥା ମନାଇବାକୁ ଅଭିଭାବକଙ୍କୁ ବହୁତ  ହଇରାଣ କରେ, ତେବେ ତାକୁ ଅଣଦେଖା କରିବାକୁ  ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେ ଧୀରେ ଧୀରେ  ଆପଣଙ୍କ ପ୍ରକୃତିକୁ ବୁଝିଯିବ । ଫଳରେ ତାକୁ  ନିୟନ୍ତ୍ରଣ କରିବା ସହଜ ହୋଇଯିବ । 

Copyright © 2022 - Summa Real Media Private Limited. All Rights Reserved.