ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଦାଦାଗିରି, ଫିଲିପାଇନ୍ସର ଜାହାକୁ ଦେଲା ଧକ୍କା...ଜଳ ତୋପରେ ଆକ୍ରମଣ

ନୂଆଦିଲ୍ଲୀ,୧୦।୧୨: ଦକ୍ଷିଣ ଚୀନ୍ ସାଗରରେ ନିୟୋଜିତ ଜାହାଜ ଉପରେ ଚୀନ୍ ଆକ୍ରମଣ କରିଛି ବୋଲି ଫିଲିପାଇନ୍ସ ଅଭିଯୋଗ କରିଛି। ଫିଲିପାଇନ୍ସ କୋଷ୍ଟଗାର୍ଡର ଜଣେ ଅଧିକାରୀ ରବିବାର କହିଛନ୍ତି ଯେ ଚୀନ୍ କୋଷ୍ଟଗାର୍ଡ ଆମ ଜାହାଜରେ ଜଳ ତୋପ ଦ୍ବାରା ପାଣି ମାଡ କରିବା ପରେ ଏହାକୁ ଧକ୍କା ଦେଇଛି। ଫିଲିପାଇନ୍ସ କୋଷ୍ଟଗାର୍ଡ ମୁଖପାତ୍ର ଜୟ ତରିଏଲା କହିଛନ୍ତି ଯେ ‘ଉନୈଜା ମଇଁ’ ନାମକ ଜାହାଜର ଇଞ୍ଜିନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏମ / ଏଲ କାଲାୟାନରେ ପାଣିମାଡ ହୋଇଛି।  

ଫିଲିପାଇନ୍ସର ସ୍ପେଶାଲ ଇକୋନୋମିକ୍ ଜୋନ୍‌ରେ ଅବସ୍ଥିତ ଦ୍ୱିତୀୟ ଥୋମାସ୍ ଶୋଲ୍ ଅକ୍ଟୋବରରୁ ଫିଲିପାଇନ୍ସ ଏବଂ ଚୀନ୍ ଜାହାଜ ମଧ୍ୟରେ ମୁହାଁମୁହିଁ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା। ଏହି ଅଞ୍ଚଳର ଫିଲିପାଇନ୍ସ ସୈନିକମାନେ ଏକ ପୁରୁଣା ଯୁଦ୍ଧ ଜାହାଜରେ ବାସ କରୁଛନ୍ତି, ଯାହା ବିବାଦୀୟ ଜଳପଥରେ ମାନିଲାର ଦାବିକୁ ସୁରକ୍ଷା ଦେବା ପାଇଁ ୧୯୯୯ ରେ ଜାଣିଶୁଣି ନିୟୋଜିତ ହୋଇଥିଲା। ଏହି ଘଟଣା ସମ୍ପର୍କରେ ଚୀନ୍ ଅଧିକାରୀଙ୍କ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ରବିବାର ଦିନ ପ୍ରାୟ ୪୦ ଟି ଫିଲିପାଇନ୍ ଜାହାଜର ଖ୍ରୀଷ୍ଟମାସ କନଭୟ ବିବାଦୀୟ ଉପକୂଳ ଆଡକୁ ମୁହାଁଇଥିବା ବେଳେ ଏହି ଧକ୍କା ହୋଇଥିଲା।

ଏହାପୂର୍ବରୁ ଶନିବାର ଦିନ ଚୀନ୍‌ର ତଟରକ୍ଷୀ ବାହିନୀ ଫିଲିପାଇନ୍ସର ଫିସରିଜ୍‌ ବ୍ୟୁରୋର ଏକ ସିଭିଲିଆନ୍ ଗର୍ଭମେଣ୍ଟ ଭେସେଲ୍‌ରେ ପାଣି ମାଡ କରିଥିଲା। ଚୀନ୍‌ର ଏହି ବେଆଇନ ତଥା ଆକ୍ରମଣାତ୍ମକ କାର୍ଯ୍ୟକୁ ଫିଲିପାଇନ୍ସ ନିନ୍ଦା କରିଥିଲା। ଆଟିନ୍ ଇଟୋ (ଏହା ଆମର) ଅଭିଯାନ ନେଟୱାର୍କ ଦ୍ୱାରା ଆୟୋଜିତ ଏହି ମିଶନରେ ୨୦୦ ରୁ ଅଧିକ ମତ୍ସ୍ୟଜୀବୀ, ସିଭିଲ ସୋସାଇଟି ଗ୍ରୁପ୍‌ , ଯୁବ ନେତାମାନେ ଅଂଶଗ୍ରହଣ କରିଛନ୍ତି।  ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସର ଅଧିକାରର ସୁରକ୍ଷା ପାଇଁ ଏହି ଅଭିଯାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.