ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦି,୪୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ ଲୋକେ କଲେ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୨୨।୩: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ରାଜକୀୟ ଯାତ୍ରାରେ ଭୁଟ୍ଟାନ ପହଁଞ୍ଚିଛନ୍ତି। ଏହି ସମୟରେ ଉତ୍ସବ ଭଳି ସ୍ଥିତି ପୁରା ଭୁଟ୍ଟାନର ସଡକରେ ଦେଖିବାକୁ ମିଳିଥିଲ। ଏୟାରପୋର୍ଟରୁ ନେଇ ଦେଶର ରାଜଧାନୀ ପର୍ଯ୍ୟନ୍ତ ୪୫ କିଲୋମିଟର ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ ସ୍ବାଗତରେ ଭୁଟାନର ଜନତା ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ। ଏହି ସମୟରେ ମୋଦି ମୋଦି ସ୍ଲୋଗାନ ଦେଇଥିଲେ। 

ପ୍ରଧାନମନ୍ତ୍ରୀ ମୋଦି ‘ପଡୋଶୀ ପ୍ରଥମ’ ନୀତି ଅନୁସାରେ ଶୁକ୍ରବାର ଭୁଟାନର ପାରୋ ବିମାନବନ୍ଦରରେ ପହଁଞ୍ଚିଥିଲେ। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିମାନବନ୍ଦରରୁ ସ୍ବାଗତ କରିଥିଲେ। ପାରୋ ଏୟାରପୋର୍ଟ ଦେଶର ରାଜଧାନୀ ଥିମ୍ପୁ ପର୍ଯ୍ୟନ୍ତ ୪୫ କିଲୋମିଟର ପର୍ଯ୍ୟନ୍ତ ପୁରା ରାସ୍ତାକୁ ସଜାଇ ଦିଆ ଯାଇଥିଲା। ସଡକର ଦୁଇପଟେ ଭୁଟାନର ଜନତା ମୋଦିଙ୍କ ସ୍ବାଗତରେ ଠିଆ ହୋଇଥିଲେ ଓ ମୋଦି ଯେଉଁପଟେ ଯାଆନ୍ତି ସେପଟେ ମୋଦି ମୋଦି ସ୍ଲୋଗାନ ଦେଇଥିଲେ। 

ମୋଦି ଭୁଟାନ ପହଁଞ୍ଚିବା ମାତ୍ରେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟେବଗେ ଏକ୍ସ ହାଣ୍ଡେଲରେ ହିନ୍ଦୀରେ ଲେଖିଛନ୍ତି, ଭୁଟାନରେ ଆପଣଙ୍କ ସ୍ବାଗତ ମୋର ବଡ ଭାଇ। ସେଭଳି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ  ମୋଦି ଏକ ଟ୍ବିଟ୍ କରି ଲେଖିଥିଲେ, ଭୁଟାନର ରାସ୍ତାରେ ଅଛି, ଯେଉଁଠି ଭୁଟାନ ଓ ଭାରତ ସମ୍ପର୍କକୁ ଶକ୍ତି ଦେବା ପାଇଁ ଦେଶର ବହୁ କାର୍ଯ୍ୟକ୍ରମରେ ଭାଗ ନେବି। ମୁଁ ଭୁଟାନ ଭୁଟାନର ଚତୁର୍ଥ ରାଜା ଓ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କୁ ସାକ୍ଷାତ କରି ଉତ୍ସାହିତ ଅଛି।

ଭୁଟାନ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିନନ୍ଦନ କରିବାକୁ ରାସ୍ତା କଡରେ ସଡକରେ ଠିଆ ହୋଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି। ଉଲ୍ଲେଖନୀୟ ଯେ, ଭୁଟାନ ଯାତ୍ରା ବେଳେ ନରେନ୍ଦ୍ର ମୋଦି ଭାରତ-ଭୁଟାନ ଦ୍ବିପାକ୍ଷିକ ବୁଝାମଣାକୁ ଆଗକୁ ବଢାଇବା ଉପରେ କାମ କରିବେ । ଏହି ସମୟରେ ସେ ବହୁ କାର୍ଯ୍ୟକ୍ରମରେ ସାମିଲ ହେବେ। ଦୁଇ ଦେଶ ଭିତରେ ରାଜନୈତିକ ସମ୍ପର୍କ ୧୯୬୮ ରେ ସ୍ଥାପିତ ହୋଇଥିଲା। ଯାହାର ଆଧାରଶିଳା ୧୯୪୯ ରେ ରଖାଯାଇଥିଲା। ଫେବୃଆରୀ ୨୦୦୭ ରେ ଏ ସମ୍ପର୍କକୁ ମଜବୁତ କରିବା ପାଇଁ ହସ୍ତାକ୍ଷରିତ ମିତ୍ରତା ସନ୍ଧିକୁ ନବୀକୃତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.