ପ୍ରମୂଖ ଖବର
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

କତାରର ଶାସକଙ୍କୁ ଭେଟିଲେ ପିଏମ ମୋଦୀ, ମୃତ୍ୟୁଦଣ୍ଡ ପାଇଥିବା ୮ ଭାରତୀୟ ନୌସୈନିକଙ୍କୁ ମିଳିପାରେ ଆଶ୍ବସ୍ତି…

Published By : Prameya | December 2, 2023 5:49 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି (ଶୁକ୍ରବାର) କତାରର ଅମିର ଶେଖ ତମିମ ବିନ ହମାଦ ଅଲ-ଥାନିଙ୍କୁ ଭେଟିଛନ୍ତି । ଏହି ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି । ତୈଳ ସମୃଦ୍ଧ ଦେଶରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଉପରେ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍‌ସରେ ସୂଚନା ଦେଇଛନ୍ତି ।


 


ସୂଚନାଥାଉକି, ଦୁଇ ନେତାଙ୍କ ମଧ୍ୟରେ ଏଭଳି ସମୟରେ ସାକ୍ଷାତ ହୋଇଛି, ଯେତେବେଳେ କି କତାରରେ ଆଠ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଭାରତ ସରକାର ଏହି ଲୋକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଦଣ୍ଡ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି । ତେବେ ଏହି ବୈଠକ ପରେ ଆଠ ଜଣ ନୌସୈନିକଙ୍କ ଦଣ୍ଡ କୋହଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । 

ନଭେମ୍ବର ୨୬ ରେ କତାର କୋର୍ଟ ଦ୍ୱାରା ଭାରତୀୟ ନୌସେନାର ଆଠ ଜଣ କର୍ମଚାରୀ ମୃତ୍ୟୁଦଣ୍ଡ ପାଇଥିଲେ । ଏହା ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଉପରେ ସମସ୍ତ ଆଇନଗତ ବିକଳ୍ପଗୁଡିକ ସମଗ୍ର ପ୍ରସଙ୍ଗରେ ବିଚାର କରାଯାଉଛି । 

ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଶୁକ୍ରବାର କହିଛନ୍ତି ଯେ, ପୂର୍ବତନ ନୌସୈନିକ ମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଏହି ଆଠ ଜଣ ପୂର୍ବତନ ନୌସେନା ଭାରତୀୟ ନାଗରିକ ଅଲ ଡାହରା କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ଗୁପ୍ତଚର ମାମଲାରେ ଗତ ବର୍ଷ ଅଗଷ୍ଟରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଅଭିଯୋଗ ସମ୍ପର୍କରେ କତାର ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରିନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.