ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ୧୨।୫: ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଉତ୍ତର ପ୍ରଦେଶର ବାରାଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୪ ତାରିଖରେ ସେ ବାରାଣାସୀ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ। ୧୪ ତାରିଖ ଦିନ ସେ ସକାଳ ୧୦ ଟା ୧୫ ସମୟରେ  କାଳ ଭୈରବୀଙ୍କ ପୂଜାର୍ଚ୍ଚନା କରିବେ। ଏହାପରେ ସେ ୧୧ଟା ବେଳେ ଏନଡିଏ ନେତାଙ୍କ ସହିତ ଏକ ବୈଠକ କରିବା ପରେ ନାମାଙ୍କନ ଭରିବେ ବୋଲି ଜଣାପଡିଛି । 

ସୂଚନା ମୁତାବକ, ଆସନ୍ତା ମେ ୧୩ରେ ରୋଡ ଶୋ’କରି ମୋଦି ବାରାଣାସୀ ଭୋଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏହାର ଦିନକ ପରେ ଅର୍ଥାତ ମେ’୧୪ରେ ସେ ଲୋକସଭା ନିର୍ବାଚନ ପାଇଁ ସେ ବାରାଣସୀରୁ ସେ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ। ଜୁନ ୧ ଅର୍ଥାତ ଶେଷ ପର୍ଯ୍ୟାୟରେ ବାରାଣାସୀବାସୀ ଭୋଟ ଦେବେ। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମେ ୭ରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲର ଶେଷ ତାରିଖ  ମେ ୧୪ ହୋଇଥିବା ବେଳେ ମୋଦି ଶେଷ ଦିନ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ।

ପ୍ରକାଶ ଥାଉକି,  ମୋଦି କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ୨୦୧୪ ଓ ୨୦୧୯ ରେ ସେ ଏଠାରୁ ବିପୁଳ ଭୋଟରେ ଜିତିଥିଲେ। ଏଥର ମଧ୍ୟ ସେ ରେକର୍ଡ ଭୋଟରେ ଜିତିବା ନେଇ ଆଶା ରଖିଛନ୍ତି। ୨୦୧୯ରେ ମୋଦି ୪,୭୯,୫୦୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.