ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍ଦେଶଖାଲିକୁ ନେଇ TMC ଉପରେ ବର୍ଷିଲେ ପିଏମ୍ ମୋଦି, କହିଲେ ‘ଅଭିଯୁକ୍ତଙ୍କୁ ନିଶ୍ଚୟ ମିଳିବ ଦଣ୍ଡ’

କୋଲକାତା, ୦୪/୦୪: ସନ୍ଦେଶଖାଲିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ପିଏମ୍ ମୋଦି କୁଚ୍ ବିହାରରେ ବିଜେପିର ଜନସଭାରେ ଟିଏମସି ଉପରେ ଜୋରଦାର୍ ବର୍ଷିଛନ୍ତି । କହିଛନ୍ତି, ସନ୍ଦେଶଖାଲିରେ ଯାହା କିଛି ବି ହୋଇଛି ତାହା ଟିଏମସି ସରକାରର ଅତ୍ୟାଚାରର ପରାକାଷ୍ଠା । ବିଜେପିର ପ୍ରତିଶ୍ରୁତି, ଆମେ ଅଭିଯୁକ୍ତଙ୍କୁ ନିଶ୍ଚୟ ସଜ୍ଜା ଦେବୁ ।

ଟିଏମସି ଉପରେ ବର୍ଷିବା ସହ ପିଏମ୍ ମୋଦି କହିଛନ୍ତି, ମାଆ ଓ ଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିଜେପି ହିଁ ରୋକି ପାରିବ । ପୂରା ଦେଶ ଦେଖୁଛି ଟିଏମସି ସରକାର କିଭଳି ସନ୍ଦେଶଖାଲି ଅଭିଯୁକ୍ତଙ୍କୁ ବଞ୍ଚାଇବା ଲାଗି ସବୁ ଶକ୍ତି ଲଗାଇ ଦେଇଛି । ସେଠାକାର ମହିଳାଙ୍କ ସହ ଯାହା ହୋଇଛି, ତାହା ଟିଏମସି ଅତ୍ୟାଚାରର ପରାକାଷ୍ଠା ଥିଲା । ବିଜେପି ସଂକଳ୍ପ ନେଇଛି, ସନ୍ଦେଶଖାଲିର ଅଭିଯୁକ୍ତଙ୍କୁ ଦଣ୍ଡ ଦେଇ ରହିବ । ସେମାନଙ୍କୁ ଜେଲରେ ଜୀବନ କାଟିବାକୁ ପଡ଼ିବ । 

ବିଷାକ୍ତ ସାପକୁ ବିଶ୍ବାସ କରିପାରିବେ କିନ୍ତୁ ବିଜେପି ଉପରେ ନୁହେଁ: ମମତା ବାନାର୍ଜୀ

ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କହିଛନ୍ତି ଯେ, ଦେଶରେ ବିଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ବିକାଶ କେବଳ ଟ୍ରେଲର । ଏବେ ଦେଶକୁ ବହୁତ ଆଗକୁ ନେଇଯିବାର ଅଛି । ପଶ୍ଚିମବଙ୍ଗକୁ ମଧ୍ୟ ଆଗକୁ ବଢ଼ିବାର ଅଛି । ମୋ ବିରୋଧୀ କହୁଛନ୍ତି ମୋଦିଙ୍କ ପରିବାର ନାହିଁ । ମୋଦିଙ୍କ ଲାଗି ଭାରତ ହିଁ ପରିବାର । 

ପିଏମ୍ ମୋଦି ଆହୁରି କହିଛନ୍ତି, ମୁଁ ହେଉଛି ଜନତାଙ୍କ ସାମାନ୍ୟ ସେବକ । ମୋଦି ନେଉଥିବା ବଡ଼ ଓ କଡ଼ା ନିଷ୍ପତ୍ତି ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ପୂରଣ ଲାଗି ନେଉଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ହେଉଛି, ଆପଣଙ୍କ ସ୍ୱପ୍ନ ମୋଦିଙ୍କ ସଂକଳ୍ପ । ଗରିବଙ୍କୁ ମୋଦି ହକ୍ ଦେବା ସହ ଲୁଣ୍ଠନକାରୀଙ୍କ ବିରୋଧରେ ନିଷ୍ପତ୍ତି ନେଇଛନ୍ତି ।

  • pm narendra modi
  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.