ନୂଆଦିଲ୍ଲୀ,୧୪/୦୯: ପୋର୍ଟ ବ୍ଳେୟରର ନାଁ ପରିବର୍ତ୍ତନ କରାଯାଇ ଶ୍ରୀବିଜୟପୁରମ କରିଦିଆଯାଇଛି। ଉପନିବେଶବାଦର ଛାପରୁ ମୁକ୍ତ କରିବା ପାଇଁ ମୋଦୀ ସରକାର ପୋର୍ଟ ବ୍ଳେୟର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତୁ ଜାଣିବା ପୋର୍ଟ ବ୍ଳେୟରର ଇତିହାସ କ'ଣ ଏବଂ ଏହି ଦ୍ବୀପର ନାଁ ପୋର୍ଟ ବ୍ଳେୟର କାହିଁକି ରଖାଗଲା। ଉଲ୍ଲେଖଯୋଗ୍ୟ ଯେ, ପୋର୍ଟ ବ୍ଳେୟର ନାଁ ଅର୍ଚିବଲ୍ଡ ବ୍ଳେୟରଙ୍କ ନାମାନୁସାରେ ରଖାଯାଇଛି। ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ନୌସେନା ଅଧିକାରୀ ଥିଲେ। ସେ ୧୭୮୯ରେ ଚାଗୋସ ଦ୍ବୀପପୁଞ୍ଜ ଏବଂ ଆଣ୍ଡାମାନ ଦ୍ବୀପପୁଞ୍ଜର ସର୍ବେକ୍ଷଣ କରିଥିଲେ। ଏଥିପାଇଁ ତାଙ୍କ ନାମାନୁସାରେ ପୋର୍ଟ ବ୍ଳେୟର ଦ୍ବୀପର ନାଁ ରଖାଯାଇଥିଲା।
ଇଂରେଜ ମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ପୋର୍ଟ ବ୍ଳେୟର:
ଆର୍ଚିବାଲ୍ଡ ବ୍ଲେୟାରଙ୍କ ତତ୍ତ୍ବାବଧାନରେ ପୋର୍ଟ ବ୍ଲେୟାରକୁ ନବୀକରଣ କରାଯାଇଥିଲା। ଏହି ଦ୍ୱୀପକୁ ବ୍ରିଟିଶ ସାମୁଦ୍ରିକ ନେଟୱାର୍କର କେନ୍ଦ୍ର କରାଯାଇଥିଲା। କେବଳ ପୋର୍ଟ ବ୍ଲେୟରରୁ ପ୍ରଶାସନିକ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିଲା। ଏକଦା ପୋର୍ଟ ବ୍ଲେୟର ସହର ମାଛ ଧରିବାର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା। ଉପନିବେଶ ଶାସନ ସମୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜଠାରୁ ଦୂରରେ ଥିବା ଅଞ୍ଚଳଗୁଡିକ ଉପରେ ଏହିଠାରୁ ନଜର ରଖାଯାଇଥିଲା। ପୂର୍ବ ବଙ୍ଗୋପସାଗରରେ ପ୍ରାଧାନ୍ୟ ସ୍ଥାପନ କରିବା ପାଇଁ ବ୍ରିଟିଶମାନେ ପୋର୍ଟ ବ୍ଲେୟାରକୁ କାବୁ କରିନେଇଥିଲେ।
ଦ୍ପୀପର ଇତିହାସ:
ପୋର୍ଟ ବ୍ଲେୟରରେ ସେଲୁଲାର୍ ଜେଲ୍ ରହିଛି, ଯେଉଁଠାରେ ବ୍ରିଟିଶ ଶାସନ କାଳରେ ବ୍ରିଟିଶମାନେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନିର୍ଯାତନା ଦେଉଥିଲେ। ଏହି ଜେଲରେ କଳା ପାଣିର ଦଣ୍ଡ ମଧ୍ୟ ଦିଆଯାଉଥିଲା। ଏହି ଜେଲ୍ ପୋର୍ଟ ବ୍ଲେୟର ସହରର ଆଟଲାଣ୍ଟା ପଏଣ୍ଟରେ ଅବସ୍ଥିତ। ଏହି ବନ୍ଦରରେ ଏସିଆର ସର୍ବ ପୁରାତନ ଏବଂ ବୃହତ୍ତମ ସୋ ମିଲ୍ ଅଛି, ଯାହାକୁ ଚାଥାମ୍ ସା ମିଲ୍ କୁହାଯାଏ।
ନାମ ପରିବର୍ତ୍ତନ ପଛରେ କ'ଣ ରହିଛି ଉଦ୍ଦେଶ୍ୟ?
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଚନ୍ତି ଯେ,'ଶ୍ରୀ ବିଜୟପୂରମ' ନାଁ ଆମ ସ୍ବାଧିନତାର ସଂଘର୍ଷ ଏବଂ ଏଥରେ ଆଣ୍ଡାମାନ ଓ ନିକୋବରର ଅବଦାନକୁ ଦର୍ଶାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ' ରେ ଏକ ପୋଷ୍ଟରେ ଦେଶରେ ଶାସନର ସବୁ ପ୍ରତିକରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପରୁ ପ୍ରେରଣା ପାଇ ଗୃହ ମନ୍ତ୍ରାଳୟ ପୋର୍ଟ ବ୍ଳେୟର ନାଁ 'ଶ୍ରୀବିଜୟପୁରମ୍' ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆମ ଦେଶର ସ୍ୱାଧୀନତା ଏବଂ ଇତିହାସରେ ଏହି ଭାରତୀୟ ଦ୍ୱୀପ ଏକ ଅନନ୍ୟ ସ୍ଥାନ ପାଇଛି।