ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୋର୍ଦ୍ଧା ଗଡ଼ରେ ବିଜେପିର ବାଜିମାତ; ୮୫୯୮ ଭୋଟ୍‌ରେ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୦୪/୦୬: ଖୋର୍ଦ୍ଧାରେ ବିଜେଡିର ଗଡ଼କୁ ଭାଙ୍ଗି ବିଜୟର ବାନା ଉଡ଼ାଇଛି ଭାରତୀୟ ଜନତା ପାର୍ଟି। ବିପୁଳ ଜନସମର୍ଥନ ସହିତ ବିଜୟୀ ହୋଇଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ। ନିକଟତର ପ୍ରତିଦ୍ବନ୍ଦୀ ବିଜେଡି ନେତା ରାଜେନ୍ଦ୍ର ସାହୁଙ୍କୁ ୮୫୯୮ ଖଣ୍ଡ ଭୋଟ୍‌ ହରାଇ ବିଜୟୀ ହୋଇଛନ୍ତି ଜଗଦ୍ଦେବ। କିଛି ଦିନ ତଳେ ବିଜେଡିର ଟାଣୁଆ ନେତା ଥିବା ପ୍ରଶାନ୍ତ ଜଗଦ୍ଦେବ ଅନେକ ବିବାଦରେ ଫସିବା ପରେ ଦଳକୁ ବହିସ୍କୃତ ହୋଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ତେବେ ଚଳିତ ନିର୍ବାଚନ ପୂର୍ବରୁ ବିଜେପି ଜଗଦ୍ଦେବଙ୍କ ଉପରେ ଭରସା କରି ଖୋର୍ଦ୍ଧାରୁ ତାଙ୍କୁ ପ୍ରାର୍ଥୀ କରିଥିଲା। 

ସେପଟେ ୨୦୧୯ ନିର୍ବାଚନରେ ବିଜେଡିରୁ ବେଗୁନିଆ ବିଧାୟକ ହୋଇ‌ଥିବା ରାଜେନ୍ଦ୍ର ସାହୁଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିଲା। ଏବଂ ଜଗଦ୍ଦେବଙ୍କ ବିରୁଦ୍ଧରେ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିଲା। ନିକଟରେ ଇଭିଏମ୍‌ ଭଙ୍ଗା ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ବୋଲଗଡ଼ ପୁଲିସ। ତେବେ ତମାମ ବିବାଦ ସତ୍ତ୍ବେ  ଖୋର୍ଦ୍ଧାରେ ଜନସାଧାରଣଙ୍କୁ ଅତି ନିକଟରୁ ପରକ୍ଷିଥିବା ଜଗଦ୍ଦେବଙ୍କ ପ୍ରତି ଏଥର ଭରସା ଦେଖାଇ‌ଛନ୍ତି ଖୋର୍ଦ୍ଧାର ଜନତା। ତେବେ ଚଳିତ ବର୍ଷ ନିର୍ବାଚନରେ ପ୍ରଶାନ୍ତଙ୍କ ସହିିତ ବିଜେଡିର ରାଜେନ୍ଦ୍ର ସାହୁଙ୍କ ସମେତ କଂଗ୍ରେସର ସୋନାଲି ସାହୁ ଓ ଖୋର୍ଦ୍ଧାର ଜଣାଶୁଣା ନେତା କାଳୁ ଚରଣ ଖଣ୍ଡାୟତରାୟ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ଏଥର ଖୋର୍ଦ୍ଧା ଜନତାଙ୍କ ଭରସା ଜିତିଛନ୍ତି ପ୍ରଶାନ୍ତ ଜଗଦ୍ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.